Jump to content

ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି

ଉଇକିପିଡ଼ିଆ‌ରୁ
୨୦:୦୧, ୧୪ ଜାନୁଆରୀ ୨୦୨୪ ବେଳେ Satya Narayan Baral (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
Baba Swpneswar Temple Kendusahi

ଉପକ୍ରମଣିକା

ସତ୍ୟବାଦୀ(ସାକ୍ଷୀଗୋପାଳ)ର ଶିବାୟତନ ଯେତିକି ପ୍ରାଚୀନ ସେତିକି ରହସ୍ୟମୟ ସେହି ପ୍ରାଚୀନ ପୀଠ ମଧ୍ୟରୁ ଅଗ୍ରଗଣ୍ୟ ହେଉଛି ବାବା ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର, କେନ୍ଦୁସାହି-ହରିଶଙ୍କରପୁର। ମହାପ୍ରଭୁ ସ୍ୱପ୍ନେଶ୍ୱର କେତେ ପୁରୁଣା ତାହା କହି ହେବନି କେବଳ ମନ୍ଦିରର ନିର୍ମାଣଶୈଳୀ ଓ ଲୋକକଥା ଏବଂ ଇତିହାସ କୁହେ ଏହା ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ରଦେବଙ୍କ (୧୫୬୮-୧୬୦୦) କୀର୍ତ୍ତି। କିନ୍ତୁ; ପରିତାପର ବିଷୟ ଏତିକି ଯେ ଏହି ସୁଦୃଶ୍ୟ ମନ୍ଦିର ଏତେ ପ୍ରାଚୀନ ହେବା ସତ୍ତ୍ୱେ ଏହାର କାର୍ଯ୍ୟଭାର ସରକାର ହାତକୁ ନେଇନାହାନ୍ତି ଯଦ୍ୱାରା ଦେଉଳର ବିଭିନ୍ନ ନୀତି ଓ କାର୍ଯ୍ୟରେ ଅନିୟମିତତା ପରିଲକ୍ଷିତ ହେଉଛି ।

ବାବା ସ୍ଵପ୍ନେଶ୍ଵର ମନ୍ଦିର
ମୂଳନାମ
ବାବା ସ୍ଵପ୍ନେଶ୍ଵର
ଭାଷାଓଡ଼ିଆ
ୱେବସାଇଟ
https://sites.google.com/view/sta-kendusahi-hsp/

ଅବସ୍ଥିତି

ଏହି ପ୍ରାଚୀନ ମନ୍ଦିରଟି ପୁରୀ ଜିଲ୍ଲାର ସତ୍ୟବାଦୀ ମଣ୍ଡଳ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚୟତର ହରିଶଙ୍କରପୁର/କେନ୍ଦୁସାହି ଗ୍ରାମରେ ଅବସ୍ଥିତ | ଏହାର ପାରିପାର୍ଶ୍ଵିକ ଅବସ୍ତା ଅତୀବ ମନୋହର |

କିମ୍ବଦନ୍ତୀ

କିମଦନ୍ତୀ ଅନୁସାରେ ପ୍ରତିଦିନ ଏକ ଗାଇ ଆସି ଏହି ସ୍ଥାନରେ ଥିବା କେନ୍ଦୁବଣର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ଗର୍ତ୍ତରେ ପହ୍ନାରୁ ଆପେଆପେ କ୍ଷୀର ଝରେ ଏହାପରେ ଗଉଡ ସନ୍ଧାନରେ ଆସି ଏକଥା ଦେଖି ରାଜା ଗଜପତିଙ୍କୁ କହିଛି। ତତ୍ପରେ ବାବା ସ୍ୱପ୍ନରେ ଦେଉଳ ତୋଳାଇବାକୁ ଆଦେଶ କରିଥିବା ହେତୁ ଏଠାରେ ସ୍ୱପ୍ନେଶ୍ୱର ନାମରେ ଅର୍ଚ୍ଚିତ ହେଲେ। ଏହାପରେ ଗଜପତି ମନ୍ଦିର ତିଆରିକରି ବାବା ଓ ମା ରୁଦ୍ରାୟଣୀଙ୍କ ନାମରେ ପ୍ରାୟ ଅନେକ ଜମି ଖଞ୍ଜାପଢା କରିଥିଲେ ବର୍ତ୍ତମାନ ଏହାର ମାତ୍ର ଅଢେଇ ମାଣ(ବର୍ତ୍ତମାନର ହିସାବରେ ୯ଏକର ୬୦ଡିସିମିଲ )ଦୃଷ୍ଟିଗୋଚର ହୁଏ |

The Baba Swapneswar inside temple

ମନ୍ଦିର

ମଦିରଟି ପୂର୍ବାଭିମୂଖି ଅଟେ | ମନ୍ଦିରଟି କଳିଙ୍ଗ ରେଖଶୈଳୀରେ ନିର୍ମିତ | ଦେଉଳର ଉଚ୍ଚତା ପ୍ରାୟ ୪୦ ଫୁଟ। ପ୍ରଭୁ ଏଠାରେ ସ୍ୱୟଂମ୍ଭୁ(ପାତାଳଫୁଟା)। ଭୂମିପତନଠାରୁ ୧୫ଫୁଟ ତଳେ ଗମ୍ଭୀରା ମଧ୍ୟରେ ଅଛନ୍ତି ବାବାଙ୍କ ହିରର୍ଣ୍ଣମୟ ଲିଙ୍ଗ ଓ ଆଗ ନାଟମଣ୍ଡପରେ ଅଛନ୍ତି ଚଳନ୍ତି ଠାକୁର ଶ୍ରୀଚନ୍ଦ୍ରଶେଖର ଏବଂ ମା ପାର୍ବତୀ। ଆଉ ଏ ମନ୍ଦିରର ବିଶେଷତ୍ବ ହେଉଛି ଆପଣ ଯେତେକ ଶୈବପୀଠ ଯାଇଥିବେ ସେଠାରେ ବିଷ୍ଣୁଙ୍କୁ ପାର୍ଶ୍ବଦେବତା ଭାବେ ମନ୍ଦିରର କୋଣସି ପାର୍ଶ୍ବରେ ଦେଖିବାକୁ ପାଇବେ କିନ୍ତୁ ଏଠାରେ ମନ୍ଦିରକୁ ପଶୁପଶୁ ଶ୍ରୀଗୋପୀନାଥ ଦକ୍ଷିଣ ପାର୍ଶ୍ଵରେ ଦୃଶ୍ୟମାନ ହେବେ। ଏହା ହରିହରଙ୍କ ଏକ ଅଭିନ୍ନ ପୀଠ। ତେଣୁ ଏ ଗ୍ରାମ "କେନ୍ଦୁସାହି" ନାମରେ ଖ୍ୟାତିଲାଭ କରିଥିଲେ ମଧ୍ୟ ଏହାର ଅନ୍ୟଏକ ନାମ "ହରିଶଙ୍କରପୁର"ଏବା ଅନ୍ୟଏକ ଆଶ୍ଚର୍ଯ୍ୟ ହେଲା ପ୍ରତ୍ୟେକ ମନ୍ଦିରର ଉପରେ ଲାଗିଥିବା ଆୟୂଧ ପିତଳ ହୋଇଥିବାରୁ କିଛିଦିନ ଖରାବର୍ଷା ଖାଇବାପରେ ନୀଳରଙ୍ଗର ଏକ ଆସ୍ତରଣ ମାଡିଯାଏ। କିନ୍ତୁ ଏଠାରେ ଲାଗିଥିବା ଆୟୂଧ ଗୁଡିକ ସର୍ବଦା ସୁବର୍ଣ୍ଣ ପରି ଚିକଚିକ କରୁଥାଏ ଏବଂ ମନ୍ଦିରଟି ଶିବଙ୍କର ହୋଇଥିଲେ ମଧ୍ୟ ଚଉଦୋଳ(ଦୋଳବିମାନ)ର ଉପରେ ଚକ୍ର ଲାଗିଥାଏ। ଯାହାକି ହରିହର ଏକ ଓ ଅଭିନ୍ନ ବୋଲି ପ୍ରତିପାଦିତ କରେ।

ପାର୍ଶ୍ଵଦେବାଦେବୀ

ମନ୍ଦିରର ପାର୍ଶ୍ଵଦେବତା ହିସାବରେ ବାମପଟେ ବବାଙ୍କର ପଟ୍ଟମହିଷୀ ମା ପାର୍ବତୀ,ପାଶ୍ଚାତ ଭାଗରେ ଶ୍ରୀକାର୍ତ୍ତିକେୟ, ଦକ୍ଷିଣପଟେ ଶ୍ରୀଗଣେଶ,ଦକ୍ଷିଣପଶ୍ଚିମ କୋଣରେ ପବନନନ୍ଦନ ହନୁମାନ ଏବଂ ମଦିରର ସମ୍ମୁଖ ଭାଗର ଡାହାଣ ପଟେ ମା ରୁଦ୍ରାୟଣୀ ଓ ବାମଭାଗରେ ସ୍ଵପ୍ନେଶ୍ଵରଙ୍କ ପ୍ରାଣବିହାରୀ ଶ୍ରୀଗୋପୀନାଥ ବିଜେ କରିଛନ୍ତି | ଏହି ଗୋପୀନାଥ ଓ ଅନ୍ୟାନ୍ୟ ମୂର୍ତ୍ତିରେ ଉତ୍କଳର ଛୁଞ୍ଚିମୁନର ଉତ୍କୃଷ୍ଟ କାରିଗରୀ କୌଶଳ ଦେଖିବାକୁ ମିଳେ|

ପର୍ବପର୍ବାଣୀ

ମହଶିବରାତ୍ରୀ(ଜାଗର),ଶୀତଳଷଷ୍ଠୀ,ପଣାସକ୍ରାନ୍ତି,ଅସ୍ତପ୍ରହରି,ରାମପରାୟଣ,ମକରସକ୍ରାନ୍ତି,ଦୋଳ ମେଳନ ଇତ୍ୟାଦି... ପ୍ରତିବର୍ଷ ଅଷ୍ଟପ୍ରହରି ଅକ୍ଷୟ ତୃତୀୟା ଠାରୁ ୨ଦିନଯାଏଁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୁଏ | ରାମପରାୟଣ ପ୍ରତିବର୍ଷ କାର୍ତ୍ତିକମାସର ପଞ୍ଚୁକ ପାଞ୍ଚଦିନ ବ୍ୟାପୀ ମନ୍ଦିର ପରିସରରେ ଅନୁଷ୍ଠିତ ହୁଏ |

କେନ୍ଦୁସାହି ଦୋଳମେଳଣ

ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ତିଥିରେ ଏହା ଅତି ଆଡମ୍ବର ସହକାରେ ୨ଦିନ ବ୍ୟାପୀ ଧୁମଧାମରେ ପାଳନ ହୁଏ | ଏହି ଅବସରରେ ଆଖପାଖ ଗ୍ରାମର ଠାକୁରମାନେ ଦୋଳବିମାନରେ ସୁସଜିତ୍ତ ଭାବେ ଆସିଥାନ୍ତି | ଏଠାରେ ବାବା ସ୍ଵପ୍ନେଶ୍ଵର ସ୍ତ୍ତାନପତିତ୍ଵ କରନ୍ତି |

ଠାକୁର ଆସୁଥିବା ଆଖପାଖ ଗ୍ରାମ

  • ନିଜଗାଁ ଭଗବତ ବାସୁଦେବ
  • କାଦୁଆ ବକ୍ରେଶ୍ଵର ମହାଦେବ
  • ଭଟ୍ଟତ୍ପୁର ମହାଦେବ
  • ଚଣାଗୋରଡା କ୍ଷେତ୍ରପାଳି ଠାକୁରାଣୀ
  • ସାତଶଙ୍ଖ
  • ବାଲିସାହି ମହାଦେବ
  • ଅଣିଅଙ୍ଗ
  • ଅର୍ଜୁନସିହଁପୁର(ଅର୍ଦିଷ୍ପୂର)ପଞ୍ଚଲିଙ୍ଗେଶ୍ଵର ଭୈରବ
  • ମହାବଳପଡା

ଇତ୍ୟାଦି

କିପରି ଆସିବେ

ଜାତୀୟ ରାଜପଥ ୩୧୬ରୁ ପୁରୀ-ଭୂବନେଶ୍ୱର ଦେଇ ଗଲେ ପଡିବ ପଟ୍ଟନାୟିକିଆ ଛକ ଏଠାରୁ ବରାଳ ବାଲୁଙ୍କେଶ୍ଵର (ଗୋପବନ୍ଧୁ ମାର୍ଗ,ସୁଆଣ୍ଡୋ)କୁ ଯିବା ରାସ୍ତାରେ କେନ୍ଦୂସାହି ଗ୍ରାମ ଏଠାରେ ଅଛନ୍ତି ବାବା ସ୍ୱପ୍ନେଶ୍ୱର ଏବଂ ପୁରୀ-ଭୁବନେଶ୍ୱର ରାସ୍ତା ଦେଇ ଯିବାବେଳେ ଚଉଦବାଟିଆ ନାମକ ଏକ ଛୋଟ ରାସ୍ତା ହୋଇ ଆମ ଗାଁ(କେନ୍ଦୁସାହି)ରେ ଥିବା ଏହି ମନ୍ଦିରକୁ ଆସିପାରିବେ | ଏହି ଦୁଇସ୍ଥାନ ପ୍ରାୟ ୧ କିମିର ଅଧା (୫୦୦ ମିଟର) ହେବ ।

  • ନିକଟସ୍ଥ ୨ଟି ବସଷ୍ଟାଣ୍ଡ ହେଲା ଯାହାକି କାଦୁଆ ଓ ପଟ୍ଟନାଇକିଆ ଯାହାକି ଏଠାରୁ ଯାହାକି ୫୦୦ ମିଟର ହେବ |
  • ନିକଟସ୍ଥ ବିମାନବନ୍ଦର- ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର(୩୯କିମି)
  • ନିକଟସ୍ତ ରେଲୱେ ଷ୍ଟେସନ- ସାକ୍ଷୀଗୋପାଳ (୨/୩ କିମି)

ବି.ଦ୍ର.

ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଦେଉଳ କେବଳ ସଂକ୍ରାନ୍ତିର,ବିଭିନ୍ନ ପର୍ବପର୍ବାଣୀ ସମୟରେ ଅଧିକ ସମୟ ଏବଂ ରାମପାରାୟଣ,ଅଷ୍ଟପ୍ରହରୀ,ମହାଶିବରାତ୍ରୀ ସମୟରେ ଦିନସାରା ଖୋଲାଥାଏ ଅନ୍ୟ ଦିନ ମାନଙ୍କରେ ନିତି ସରିବା ପରେ ଦେଉଳ ବନ୍ଦ ରୂହେ।1998 ମସିହାରେ ଏହି ମନ୍ଦିରର ନବୀକରଣ ହୋଇ ପୁରୂଣା ପଥର ଉପରେ ସିମେଣ୍ଟ ପ୍ଲାଷ୍ଟର ହୋଇଥିଲା ଓ ତତସହିତ ଲୁଚିଗଲା ଅନେକ କୀର୍ତ୍ତିରାଜି ଏବଂ ୨୦୧୯ରେ ଆଗ ଜଗମୋହନ ନୁତନଭାବେ ନିର୍ମାଣ ହୋଇଛି |

ଫୋଟୋ ଗ୍ୟାଲେରୀ