ଅଧିସେକେଣ୍ଡ
ପୃଥିବୀର ଘୁର୍ଣ୍ଣନ ସାମାନ୍ୟ ଧିର ଥିବାରୁ ସମୟ ଏବଂ ଆବର୍ତ୍ତନ ସହ ସମ୍ବନ୍ଧ ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଅଧିସେକେଣ୍ଡ ଯୋଡ଼ା ହେଉଛି । ଏହା ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କୋର୍ଡିନେଟେଡ ୟୁନିଭର୍ସାଲ ଟାଇମ କିମ୍ବା UTC ଅନୁଯାୟୀ ସ୍ଥିର କରାଯାଇଛି ।[୧]
ଏକ ସେକେଣ୍ଡର ହିସାବ
[ସମ୍ପାଦନା]UTC ହେଉଛି "ଆଣବିକ ସମୟ(atomic time)", ତାହା ସେସିୟମ (cesium)ର ଅତିଆକଳନ ବୈଦୁତିକ-ଚୁମ୍ବକୀୟ ଅଣୁ ପରିବର୍ତ୍ତନ କାଳ ସହ ଏକ ସେକେଣ୍ଡର ଅବଧି ସମାନ ଅଟେ । ଏହି ଅଣୁ ପରିବର୍ତ୍ତନଗୁଡ଼ିକ ଅତ୍ୟନ୍ତ ଭରସାଯୋଗ୍ୟ ଯେ ସେସିୟମ ଘଡ଼ି, ୧,୪୦୦,୦୦୦ ବର୍ଷର ଏକ ସେକେଣ୍ଡ ସହ ଠିକ ସମାନ ।
ଯଥାର୍ଥତା
[ସମ୍ପାଦନା]ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ । ମିନ୍ ସୋଲର ଡେ ଯାହା ଦିନର ହାରାହାରି ଅବଧିକୁ ସୂଚାଏ । ଏହା ପୃଥିବୀରେ ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୀର୍ଘ ଅଟେ । ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପରଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟଠାରୁ ବହୁତ କମ । ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ,ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡ଼ା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡ଼ାହୋଇ ୨୩:୫୯:୫୯ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।[୨][୩]
ଅଧିସେକେଣ୍ଡର ପ୍ରବେଶ
[ସମ୍ପାଦନା]ବର୍ଷ | ଜୁନ ୩୦ | ଡିସେମ୍ବର ୩୧ |
---|---|---|
1972 | +1 | +1 |
1973 | 0 | +1 |
1974 | 0 | +1 |
1975 | 0 | +1 |
1976 | 0 | +1 |
1977 | 0 | +1 |
1978 | 0 | +1 |
1979 | 0 | +1 |
1980 | 0 | 0 |
1981 | +1 | 0 |
1982 | +1 | 0 |
1983 | +1 | 0 |
1984 | 0 | 0 |
1985 | +1 | 0 |
1986 | 0 | 0 |
1987 | 0 | +1 |
1988 | 0 | 0 |
1989 | 0 | +1 |
1990 | 0 | +1 |
1991 | 0 | 0 |
1992 | +1 | 0 |
1993 | +1 | 0 |
1994 | +1 | 0 |
1995 | 0 | +1 |
1996 | 0 | 0 |
1997 | +1 | 0 |
1998 | 0 | +1 |
1999 | 0 | 0 |
2000 | 0 | 0 |
2001 | 0 | 0 |
2002 | 0 | 0 |
2003 | 0 | 0 |
2004 | 0 | 0 |
2005 | 0 | +1 |
2006 | 0 | 0 |
2007 | 0 | 0 |
2008 | 0 | +1 |
2009 | 0 | 0 |
2010 | 0 | 0 |
2011 | 0 | 0 |
2012 | +1 | 0 |
2013 | 0 | 0 |
2014 | 0 | 0 |
2015 | +1 | 0 |
ବର୍ଷ | ଜୁନ ୩୦ | ଡିସେମ୍ବର ୩୧ |
ସମୁଦାୟ | 11 | ୧୫ |
୨୬ | ||
ଏବେକାର TAI − UTC | ||
୩୫ (୨୦୧୫ ଜୁନ ସୁଦ୍ଧା) |
ଇତିହାସ
[ସମ୍ପାଦନା]ପୂର୍ବର ଅଧିସେକେଣ୍ଡଗୁଡ଼ିକ କିଛି କମ୍ପ୍ୟୁଟରଗୁଡ଼ିକରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିରେ ଏହିପରି ପୃଥିବୀର ଗତିରେ ଅଧିସେକେଣ୍ଡଗୁଡ଼ିଏ ଯୋଡ଼ାହେବାକୁ ଆକଳନ ହୋଇଛି କିନ୍ତୁ ପ୍ରତବର୍ଷ ଏହା ଯୋଡ଼ାହେବାର ନିର୍ଦ୍ଦିଷ୍ଟ କିଛି ପୂର୍ବାନୁମାନ କରିହେବ ନାହିଁ । ୧୯୭୨ରୁ ପ୍ରଥମେ ଅଧିସେକେଣ୍ଡ ଯୋଡ଼ାହେବା ଆରମ୍ଭ ହୋଇଥିଲା । ୧୯୯୯ ଯାଏଁ ଅଧିସେକେଣ୍ଡଗୁଡ଼ିକୁ ବାର୍ଷିକ ହାରାହାରି ଏକ ସେକେଣ୍ଡ ହିସାବରେ ଯୋଡ଼ା ଯାଉଛି । ତାପରଠାରୁ ଏହି ଅଧିସେକେଣ୍ଡର ବ୍ୟବହାର ବଢିଛି । ୨୦୧୫ ଜୁନ ୩୦ରେ ଯୋଡ଼ା ହେଉଥିବା ଅଧିସେକେଣ୍ଡ ୨୦୦୦ ମସିହା ପରଠୁ ଚତୁର୍ଥଥର ପାଇଁ ସରକାରୀ ଭାବେ ଯୋଡ଼ାଯାଇ ଗଣନା କରାଯାଉଛି । [୪]
ପଦକ୍ଷେପ
[ସମ୍ପାଦନା]କାର୍ଯ୍ୟକାରୀ ଭାବେ ଅନେକ ସମୟ ଗଣକ ଯନ୍ତ୍ର/ କମ୍ପ୍ୟୁଟର ସିଷ୍ଟମ ଏକ ସେକେଣ୍ଡ ପାଇଁ ବନ୍ଦ ରଖାଯାଏ । [୫]
ବିରୋଧାଭାଷ
[ସମ୍ପାଦନା]ଏହି ଘଟଣା ସମୟ ହିସାବ କିତାବରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରୁଥିବାରୁ ବିଶ୍ୱର ଅନେକ ଲୋକ ଏହାକୁ ବିରୋଧ କରନ୍ତି । [୬][୭]
ଆଧାର
[ସମ୍ପାଦନା]- ↑ http://www.bbc.co.uk/news/science-environment-33313347
- ↑ http://time.com/3666522/leap-second/
- ↑ http://www.washingtonpost.com/news/speaking-of-science/wp/2015/06/29/on-tuesday-the-world-gets-a-leap-second-are-we-all-gonna-die/
- ↑ http://indiatoday.intoday.in/story/nasa-earth-june-30-long-day-leap-second/1/447597.html
- ↑ http://www.theguardian.com/science/2015/jun/30/leap-second-to-pause-clocks-at-midnight-as-entire-planet-gains-a-second
- ↑ http://www.businessinsider.in/Google-found-a-clever-way-to-prevent-tomorrows-leap-second-from-crashing-its-computers/articleshow/47871169.cms
- ↑ http://www.wired.com/2015/06/just-drop-leap-second-unnecessary/
ବାହାର ତଥ୍ୟ
[ସମ୍ପାଦନା]- LeapSecond.com - A web site dedicated to precise time and frequency
- NIST FAQ about leap year and leap second Archived 2016-04-07 at the Wayback Machine.
- The leap second: its history and possible future
- Leap Seconds, U.S. Naval Observatory Archived 1996-11-26 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |