ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି
ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି Christ the Redeemer | |
---|---|
ଦିଗବାରେଣୀ | 22°57′7″S 43°12′38″W / 22.95194°S 43.21056°W |
ଅବସ୍ଥିତି | କୋର୍କୋଭାଡୋ ପର୍ବତ, ରିଓ ଡି ଜେନିରୋ, ବ୍ରାଜିଲ |
ବିନ୍ଧାଣି | ଫରାସୀ ଶିଳ୍ପୀ ପଲ୍ ଲାନ୍ଦୋସ୍କିଙ୍କଦ୍ୱାରା ମୂର୍ତ୍ତିର ଶରୀର ଖୋଦିତ, ବ୍ରାଜିଲ୍ର ଯନ୍ତ୍ରୀ ହେଇଟର୍ ଡା ସିଲ୍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏବଂ ରୋମାନିଆର ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କଦ୍ୱାରା ମୂର୍ତ୍ତିର ମୁଖ ଖୋଦିତ |
ଉପାଦାନ | ଖଡ଼ିପଥର |
ଉଚ୍ଚତା | କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍), ମୂର୍ତ୍ତିତଳର ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) |
ସମ୍ପୂର୍ଣ୍ନ କାଳ | ୧୯୩୧ ମସିହା ଅକ୍ଟୋବର୍ ୧୨ (ଉଦ୍ଘାଟିତ) |
୧୨-ଅକ୍ଟୋବର୍-୨୦୦୬ ତାରିଖରେ ପ୍ରତିଷ୍ଠିତ ୭-ଜୁଲାଇ-୨୦୦୭ରେ ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ଅନ୍ତର୍ଭୁକ୍ତ |
ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି (ଈଂରାଜୀରେ “କ୍ରାଇଷ୍ଟ୍ ଦ ରିଡିମର୍” - Christ the Redeemer ଓ ପର୍ତ୍ତୁଗୀଜରେ Cristo Redentor) ବ୍ରାଜିଲ ଦେଶର ରିଓ ଡି ଜେନିରୋ ସହରରେ ପ୍ରତିଷ୍ଠିତ ଯୀଶୁଖ୍ରୀଷ୍ଟଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି । ବ୍ରାଜିଲରେ କଥିତ ପର୍ତ୍ତୁଗୀଜ ଭାଷାଭାଷୀ ଲୋକେ ଏହାକୁ kɾistu ʁedẽˈtoʁ ଓ ସ୍ଥାନୀୟ ଭାଷାରେ ଏହି ମୂର୍ତ୍ତିକୁ kɾiɕtŭ̻ xe̞dẽ̞ˈtoɦ ବୋଲି ମଧ୍ୟ କୁହାଯାଏ । ଏହି ମୂର୍ତ୍ତିଟି ଫରାସୀ କଳାଶୈଳୀ ଆର୍ଟ୍ ଡେକୋର ଏକ ଉଦାହରଣ । ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ବ୍ରାଜିଲର ଯନ୍ତ୍ରୀ ହାଇଟର୍ ଡା ସିଲ୍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ କରାଯାଇଥିଲା । ଫରାସୀ ପ୍ରସ୍ତରଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ଅଧିକାଂଶ ଭାଗ ଗଢ଼ିଥିବା ବେଳେ ରୋମାନୀୟ ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡା ମୂର୍ତ୍ତିର ମୁଖ ଗଢ଼ିଥିଲେ । ୧୯୨୨ ମସିହାରୁ ୧୯୩୧ ମଧ୍ୟରେ ଏହି ମୂର୍ତ୍ତିର ନିର୍ମାଣ କରାଯାଇଥିଲା । କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍) ହୋଇଥିବା ବେଳେ ମୂର୍ତ୍ତିତଳ ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) । ମୂର୍ତ୍ତିରେ ଯୀଶୁଖ୍ରୀଷ୍ଟଙ୍କ ଦୁଇ ବାହୁ ପ୍ରସାରିତ ହୋଇ ରହିଛନ୍ତି ଯାହାର ଦୈର୍ଘ୍ୟ ୨୮ ମିଟର୍ (୯୨ ଫୁଟ୍) ।[୧][୨] ବବଲିଭିଆର କୋଚାବମ୍ବାସ୍ଥିତ “କ୍ରାଇଷ୍ଟୋ ଡି ଲା କୋନ୍କୋର୍ଡିଆ” ମୂର୍ତ୍ତି ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିଠାରୁ ସାମାନ୍ୟ ବଡ଼ ।
ମୂର୍ତ୍ତିର ଓଜନ ୬୩୫ ମେଟ୍ରିକ୍ ଟନ୍ । ଏହି ବିଶାଳ ମୂର୍ତ୍ତିକୁ କୋର୍କୋଭାଡୋ ପର୍ବତର ସର୍ବୋଚ୍ଚ ଅଂଶରେ ନିର୍ମାଣ କରାଯାଇଛି । କୋର୍କୋଭାଡୋ ପର୍ବତ ତିୟୁକା ବନ ଜାତୀୟ ଉଦ୍ୟାନ ମଧ୍ୟରେ ରିଓ ଡି ଜେନିରୋ ନଗର ପାର୍ଶ୍ୱରେ ଅବସ୍ଥିତ । ଖ୍ରୀଷ୍ଟଧର୍ମର ପ୍ରତୀକ ଏହି ମୂର୍ତ୍ତି ରିଓ ଡି ଜେନିରୋ ତଥା ବ୍ରାଜିଲର ସାଂସ୍କୃତିକ ଚିହ୍ନ ପାଲଟି ଯାଇଛି ଏବଂ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ମଧ୍ୟ ସ୍ଥାନ ପାଇଛି ।[୩] ଏହି ପ୍ରତିମୂର୍ତ୍ତିଟି କଂକ୍ରିଟ୍ ଓ ଖଡ଼ିପଥରରେ ନିର୍ମିତ ।[୪][୫][୬]
ଇତିହାସ ଓ ନିର୍ମାଣ
[ସମ୍ପାଦନା]୧୮୫୦ ଦଶନ୍ଧିରେ ଭଟିକାନ୍ ପାଦ୍ରୀ ପେଡ୍ରୋ ମାରିଆ ବସ୍ ବ୍ରାଜିଲର ସମ୍ରାଟ ପେଡ୍ରୋ-୨ଙ୍କ କନ୍ୟା ଓ ବ୍ରାଜିଲର ରାଜଜେମା ଇସାବେଲ୍ଙ୍କ ସମ୍ମାନରେ କୋର୍କୋଭାଡୋ ପର୍ବତ ଉପରେ ଏକ ଖ୍ରୀଷ୍ଟ କଳାକୃତି ନିର୍ମାଣ କରାଇବାର ପ୍ରସ୍ତାବ ରଖିଥିଲେ, କିନ୍ତୁ ଏହି ପ୍ରସ୍ତାବକୁ ବିଶେଷ ସମର୍ଥନ ମିଳି ପାରିନଥିଲା ।[୧] ୧୮୮୯ ମସିହାରେ ବ୍ରାଜିଲ ଏକ ଲୋକତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଲା । ସେ ସମୟରେ ନୂତନ ରାଷ୍ଟ୍ର ପ୍ରଶାସନର ଗଠନ ଓ ପୂର୍ବରୁ ରହିଥିବା ଗୀର୍ଜା ପରିଚାଳିତ ପ୍ରଶାସନିକ ବ୍ୟବସ୍ଥାର ସଂକୁଚନ ଯୋଗୁଁ ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା ।[୭]
୧୯୨୦ ମସିହାରେ ରିଓ ନଗରର କ୍ୟାଥୋଲିକ୍ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ପୁଣିଥରେ ଯୀଶୁଖ୍ରୀଷ୍ଟଙ୍କ ଏକ ମହାନ ପ୍ରତିମୂର୍ତ୍ତି ନିର୍ମାଣ କରାଇବାର ପ୍ରସ୍ତାବ ରଖିଥିଲେ ।[୮] ଲୋକଙ୍କଠାରୁ ଆର୍ଥିକ ସହାୟତା ଓ ମୂର୍ତ୍ତି ନିର୍ମାଣ ପାଇଁ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟ ନେଇ ଏହି ସଙ୍ଗଠନ Semana do Monumento (ବା "ସ୍ମାରକୀ ସପ୍ତାହ") ନାମକ ଏକ ସମାରୋହର ଆୟୋଜନ କରିଥିଲା । ତତ୍କାଳୀନ ସମାଜରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ଅଭାବକୁ ଉପଲବ୍ଧି କରି ଏହି ସଙ୍ଗଠନ ଏପରି ପ୍ରସ୍ତାବ ରଖାଯାଇଥିଲା । ମୁଖ୍ୟତଃ ବ୍ରାଜିଲର କ୍ୟାଥୋଲିକ୍ମାନେ ଏଥିପାଇଁ ବହୁ ଅର୍ଥଦାନ କରିଥିଲେ ।[୪] ଯୀଶୁଙ୍କ ଏକ ବିରାଟ ମୂର୍ତ୍ତିର ଯୋଜନା କରାଗଲା ଯେଉଁଥିରେ ଯୀଶୁ ନିଜ ହାତ ପ୍ରସାରି, ହାତରେ ପୃଥିବୀ ଧରି ଠିଆ ହୋଇଥିବେ ଓ ମୂର୍ତ୍ତିତଳ ପୀଠ ମଧ୍ୟ ପୃଥିବୀର ସଙ୍କେତ ବହନ କରୁଥିବ ।[୯] ଶେଷରେ ହାତ ଖୋଲି ଛିଡ଼ା ହୋଇଥିବା ଶାନ୍ତିର ପ୍ରତୀକ ମୁକ୍ତିଦାତା ଯୀଶୁଙ୍କ ମୂର୍ତ୍ତିର ନିର୍ମାଣ କରିବା ପାଇଁ ସ୍ଥିର କରାଗଲା ।
ବ୍ରାଜିଲର ଯନ୍ତ୍ରୀ ହେଇଟର୍ ଡା ସିଲ୍ଭା କୋଷ୍ଟା ମୂର୍ତ୍ତିର ରୂପରେଖ ବା ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଫରାସୀ ମୂର୍ତ୍ତିଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ନିର୍ମାଣ କରିଥିଲେ ।[୧୦]
୧୯୨୨ ମସିହାରେ ଲାନ୍ଦୋସ୍କି ରୋମେନିଆରେ ଜନ୍ମ ଗ୍ରହଣ କରିଥିବା ଓ ଫ୍ରାଂସରେ ତାଙ୍କ ସହ କାମ କରିଥିବା ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କୁ ଏହି ପ୍ରକଳ୍ପରେ ନିୟୋଜିତ କରିଥିଲେ । ଲ୍ୟୋନାଇଡା ବୁକାରେଷ୍ଟର ଲଳିତ-କଳା ଗୃହ ଓ ଇଟାଲୀରେ ଏହା ପୂର୍ବରୁ ମୂର୍ତ୍ତିନିର୍ମାଣ କଳା ଅଧ୍ୟୟନ କରିଥିଲେ । ଲ୍ୟୋନାଇଡା ପରବର୍ତ୍ତୀ ସମୟରେ ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିର ମସ୍ତକର ରଚୟିତା ହେବାର ଗୌରବ ଲାଭ କରିଥିଲେ ।[୧୧][୧୨]
ଲାନ୍ଦୋସ୍କିଙ୍କ ମୂର୍ତ୍ତିଗଠନ ନମୁନାକୁ ଅନେକ ଯନ୍ତ୍ରୀ ଓ ବୈଷୟିକ ବିଜ୍ଞାନୀ ଅନୁଭବ କଲେ ଯେ ଯୁକ୍ତ ଚିହ୍ନ ପରି ମୂର୍ତ୍ତିର ନିର୍ମାଣ ପାଇଁ ଷ୍ଟିଲ୍ ପରିବର୍ତ୍ତେ ଦୃଢ଼ କଂକ୍ରିଟ୍ ବ୍ୟବହାର କରିବା ଠିକ୍ ହେବ । ଦୀର୍ଘସ୍ଥାୟିତ୍ୱ ଓ ବ୍ୟବହାରରେ ସହଜ ହେଉଥିବାରୁ ମୂର୍ତ୍ତିର ବାହ୍ୟପାର୍ଶ୍ୱ ଖଡ଼ିପଥରଦ୍ୱାରା ଗଢ଼ିବାର ଯୋଜନା କରାଗଲା ।[୫] ୧୯୨୨ରୁ ନେଇ ୧୯୩୧ ମସିହା ପର୍ଯ୍ୟନ୍ତ ୯ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା ଓ ନିର୍ମାଣ ପାଇଁ ପ୍ରାୟ ତତ୍କାଳୀନ ସମୟର ୨୫୦୦୦୦ ଆମେରିକୀୟ ଡଲାର୍ ମୂଲ୍ୟର ସମ୍ବଳ ଖର୍ଚ୍ଚ କରାଯାଇଥିଲା । ଏହି କଳାକୃତିଟି ୧୨ ଅକ୍ଟୋବର ୧୯୩୧ ମସିହାରେ ଉଦ୍ଘାଟନ କରାଗଲା ।[୫][୬] ଉଦ୍ଘାଟନ ସମୟରେ ୯୨୦୦ କିଲୋମିଟର୍ ଦୂରରେ ଅବସ୍ଥିତ ରୋମ୍ ସହରରୁ ବେତାର ତରଙ୍ଗର ପ୍ରେରଣ କରି ରିଓରେ ଆଲୋକ ଜଳାଇ ମୂର୍ତ୍ତିକୁ ଉଜ୍ଜ୍ୱଳିତ କରିବାର ଯୋଜନା କରାଯାଇଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ରିଓରେ ଥିବା ସ୍ୱିଚ୍ଦ୍ୱାରା ଆଲୋକ ପ୍ରଜ୍ଜ୍ୱଳିତ ହୋଇଥିଲା ।[୮]
୨୦୦୬ ମସିହା ଅକ୍ଟୋବର ମାସରେ (ମୂର୍ତ୍ତିର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ) ରିଓର ଆର୍ଚ୍-ବିଶପ୍ (ମୁଖ୍ୟ ପାଦ୍ରୀ) କାର୍ଡିନାଲ୍ ଐସେବିଓ ଓସ୍କାର୍ ଶାଇଡ୍ ପ୍ରତିମୂର୍ତ୍ତିର ପାଦଦେଶରେ ଦୀକ୍ଷାଗ୍ରହଣ ଓ ବିବାହ ପରି ଉତ୍ସବ ପାଳନ କରିବା ପାଇଁ ନୋସା ସିନ୍ୟୋରା ଆପାର୍ଚିଡା (ପର୍ତ୍ତୁଗୀଜ ଭାଷାରେ Nossa Senhora Aparecida) ନାମକ ଏକ କ୍ଷୁଦ୍ର ଗୀର୍ଜାଘରର ପ୍ରତିଷ୍ଠା କରାଇଥିଲେ ।[୬]
୨୦୦୮ ମସିହା ଫେବୃଆରି ୧୦ ତାରିଖରେ ହୋଇଥିବା ଏକ ଭୟଙ୍କର ଝଡ଼ ସମୟରେ ମୂର୍ତ୍ତି ଉପରେ ବଜ୍ରପାତ ହୋଇଥିଲା । ମୂର୍ତ୍ତିର ମୁଣ୍ଡ, ଭ୍ରୁଲତା ଓ ଆଙ୍ଗୁଠିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ରିଓ ଡି ଜେନିରୋର ସରକାର ମୂର୍ତ୍ତିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କଲେ । କିଛି ଖଡ଼ିପଥର ମୂର୍ତ୍ତିରୁ ହଟାଇ ଦିଆଗଲା ଓ ଏହାର ବିଜୁଳି ପରିବାହକ ବ୍ୟବସ୍ଥାର (lightning rod) ମରାମତି କରାଗଲା ।
୨୦୧୦ ମସିହାରେ ବ୍ୟାପକ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଫେଇ, ମୂର୍ତ୍ତିର ବାହାର ପାଖରୁ ସିମେଣ୍ଟ ମସଲା ଓ ଖଡ଼ିପଥର ଛଡ଼ାଇବା, କିଛି ଲୌହ ଅଂଶକୁ ଦୃଢ଼ କରିବା ଓ ପାଣିରୁ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଗଲା । କିଛି ଉତ୍ପାତିଆ ଅସାମାଜିକ ବ୍ୟକ୍ତି ମୂର୍ତ୍ତିର ଗୋଟିଏ ହାତରେ ରଙ୍ଗ ଛିଞ୍ଚି ମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ମେୟର୍ ଏଡ୍ୱାର୍ଡୋ ପେସ୍ ଏହାକୁ ଏକ ଦେଶବିରୋଧୀ ଜଘନ୍ୟ ଅପରାଧ ବୋଲି ଅଭିହିତ କରିଥିଲେ; ତେବେ ପରେ ଦୋଷୀମାନେ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି କ୍ଷମା ପ୍ରାର୍ଥନା କରିଥିଲେ ।[୧୩][୧୪][୧୫]
୨୦୧୪ ମସିହା ଜାନୁଆରୀ ୧୭ ତାରିଖରେ ପୁଣି ବଜ୍ରପାତ ଯୋଗୁଁ ମୂର୍ତ୍ତିଟି ଆଉଥରେ କ୍ଷତିଗ୍ରସ୍ତ ହେଲା ଓ ମୂର୍ତ୍ତିର ଡାହାଣ ହାତର ଏକ ଆଙ୍ଗୁଠି ଭାଙ୍ଗିଗଲା ।[୧୬][୧୭][୧୮][୧୯]
୨୦୧୫ ମସିହାରେ ଦୁଇ ଜଣ ଋଷୀୟ ବ୍ୟକ୍ତି ମୂର୍ତ୍ତିର ଆରୋହଣ କରିଥିଲେ ଓ ଫଟୋ ଭିଡ଼ିଓ ଇତ୍ୟାଦି ଉତ୍ତୋଳନ କରିଥିଲେ ।[୨୦][୨୧][୨୨]
ଚିତ୍ର ଗ୍ୟାଲେରି
[ସମ୍ପାଦନା]
|
ପୁନରୁଦ୍ଧାର କାର୍ଯ୍ୟ
[ସମ୍ପାଦନା]୧୯୯୦ ମସିହାରେ ରିଓର କ୍ୟାଥୋଲିକ୍ ସଂଗଠନ, ଗ୍ରୁପୋ ଗ୍ଲୋବୋ ନାମକ ଗଣମାଧ୍ୟମ କମ୍ପାନୀ, ଶେଲ୍ ଡୋ ବ୍ରାସିଲ୍ ନାମକ ତୈଳ କମ୍ପାନୀ, ବ୍ରାଜିଲ ପରିବେଶ ଓ ନବୀକରଣୀୟ ପ୍ରାକୃତିକ ସମ୍ବଳ ଅନୁଷ୍ଠାନ, ଜାତୀୟ ଐତିହାସିକ ଓ କଳା ଐତିହ୍ୟ ସଂସ୍ଥା, ରିଓର ନଗରପାଳିକା ଇତ୍ୟାଦି ବିଭିନ୍ନ ସଂଗଠନର ଯୋଗଦାନରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା ।
୨୦୦୩ ଓ ୨୦୧୦ ମସିହାରେ ମୂର୍ତ୍ତି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରକ୍ଷଣାବେକ୍ଷଣ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ୨୦୦୩ ମସିହାରେ ମୂର୍ତ୍ତିର ପାଦଦେଶରେ କମ୍ ପରିଶ୍ରମରେ ପହଞ୍ଚିବା ପାଇଁ ସ୍ୱୟଂଚାଳିତ ପାହାଚ ବା ଏସ୍କାଲେଟର୍ (escalator), ଲିଫ୍ଟ ଇତ୍ୟାଦି ଖଞ୍ଜାଯାଇଛି । ୨୦୧୦ ମସିହାରେ ଚାରି ମାସ ଧରି ଚଲିଥିବା କାର୍ଯ୍ୟରେ[୨୩] ମୁଖ୍ୟତଃ ପ୍ରତିମାର ପୁନରୁଦ୍ଧାର ଓ ମରାମତି କରାଯାଇଥିଲା । ମୂର୍ତ୍ତିର ଅନ୍ତର୍ଦେଶର ନବୀକରଣ, ବାହ୍ୟପାର୍ଶ୍ୱରୁ ଶିଉଳି ଇତ୍ୟାଦି ସଫା କରିବା, ଛୋଟ ଛୋଟ ଫାଟର ମରାମତି ଇତ୍ୟାଦି କାର୍ଯ୍ୟ କରାଯାଇଥିଲା । ମୂର୍ତ୍ତିର ମୁଣ୍ଡ ଓ ହାତ ନିକଟରେ ରହିଥିବା ବିଜୁଳି ପରିବାହକ ବ୍ୟବସ୍ଥାର ନବୀକରଣ କରାଗଲା ଓ ମୂର୍ତ୍ତିର ତଳପଟୁ ମୂର୍ତ୍ତି ଉପରକୁ ପଡ଼ି ପ୍ରଜ୍ଜ୍ୱଳିତ କରିପାରୁଥିବା ଆଲୋକର ବ୍ୟବସ୍ଥା କରାଗଲା ।[୨୪]
ଶହେ ଲୋକଙ୍କ ଶ୍ରମ ବିନିମୟରେ କରାଯାଇଥିବା ଏହି ମରାମତି କାର୍ଯ୍ୟ ପାଇଁ ୬୦୦୦୦ ପଥର ଖଣ୍ଡ ବ୍ୟବହାର କରାଯାଇଥିଲା । ମୂଳ ପ୍ରତିମା ପାଇଁ ଯେଉଁ ସ୍ଥାନରୁ ପଥର ଅଣାଯାଇଥିଲା, ପୁନରୁଦ୍ଧାର ସମରେ ମଧ୍ୟ ସେହି ସ୍ଥାନର ପଥର ବ୍ୟବହାର କରାଗଲା ।[୨୩] ମୂର୍ତ୍ତିର ପୁନରୁଦ୍ଧାର ସରିବା ବେଳକୁ ୨୦୧୦ ଫିଫା ଫୁଟ୍ବଲ୍ ବିଶ୍ୱକପ୍ ଆରମ୍ଭ ହେଉଥିଲା । ତେଣୁ ପୁନରୁଦ୍ଧାର ପରେ ପ୍ରଥମ ପ୍ରତିମା ଉନ୍ମୋଚନ ବେଳେ ମୂର୍ତ୍ତି ଉପରେ ବ୍ରାଜିଲର ଜାତୀୟ ପତାକାରେ ରହିଥିବା ସବୁଜ ଓ ହଳଦିଆ ଆଲୋକରେ ପ୍ରଜ୍ଜ୍ୱଳିତ କରାଗଲା ଯାହା ଜାତୀୟ ଫୁଟ୍ବଲ୍ ଦଳର ସମର୍ଥନର ସୂଚକ ଥିଲା ।[୨୩]
ଏହି ମୂର୍ତ୍ତିଟି ସର୍ବଦା ବିଜୁଳି/ବଜ୍ରପାତ, ଝଡ଼ବାତ୍ୟା ଜନିତ ଅବକ୍ଷୟର ସମ୍ମୁଖୀନ ହେଉଥିବାରୁ ସମୟ ସମୟରେ ଏହାର ମରାମତି ନିତାନ୍ତ ଆବଶ୍ୟକ ।[୨୫] ମୂଳ ପ୍ରତିମା ନିର୍ମାଣ ସମୟରେ ବ୍ୟବହୃତ ଖଡ଼ିପଥର ପରି ସ୍ୱଚ୍ଛ ଧଳା ଖଡ଼ିପଥର ଆଉ ସହଜରେ ଉପଲବ୍ଧ ନୁହେଁ ଓ ବର୍ତ୍ତମାନ ସମୟରେ ମିଳୁଥିବା ଅଧିକାଂଶ ଖଡ଼ିପଥର ଈଷତ୍ ଗାଢ଼ ରଙ୍ଗର ।[୨୬]
ବିଶ୍ୱର ଅନ୍ୟ କିଛି ପ୍ରମୁଖ ପ୍ରତିମୂର୍ତ୍ତିଙ୍କ ସହ ତୁଳନା
[ସମ୍ପାଦନା]ବିଶ୍ୱର ଅନ୍ୟ କେତେକ ମୁଖ୍ୟ ପ୍ରତିମୂର୍ତ୍ତିଙ୍କ ଆନୁମାନିକ ମାପ :
- ଏକତାର ପ୍ରତିମୂର୍ତ୍ତି - ୧୮୩ ମିଟର
- ସ୍ପିଂଗ୍ ଟେମ୍ପଲ୍ ବୁଦ୍ଧ – ୧୫୩ ମିଟର୍ (ପୀଠ ଓ ସିଂହାସନ ସହିତ)
- ଷ୍ଟାଚ୍ୟୁ ଅଫ୍ ଲିବର୍ଟି – ୯୩ ମିଟର୍ (ପୀଠ ସହିତ)
- ଦ ମଦର୍ଲ୍ୟାଣ୍ଡ କଲ୍ସ୍ – ୯୧ ମିଟର୍ (ପୀଠକୁ ବାଦ୍ ଦେଇ)
- କ୍ରାଇଷ୍ଟ୍ ଦ ରିଡିମର୍ – ୩୮ ମିଟର୍ (ପୀଠ ସହିତ)
- ଡେଭିଡ୍ ପ୍ରତିମୂର୍ତ୍ତି – ୫.୧୭ ମିଟର୍ (ପୀଠକୁ ବାଦ୍ ଦେଇ)
ସମାନ ଶୈଳୀରେ ନିର୍ମିତ ଅନ୍ୟ ପ୍ରତିମୂର୍ତ୍ତି
[ସମ୍ପାଦନା]- ବ୍ରାଜିଲର ରିଓ ଭେର୍ଦେରେ ନିର୍ମିତ କ୍ରାଇଷ୍ଟ୍ ଦ ରିଡିମର୍ ମୂର୍ତ୍ତି
- ୧୯୩୦ ମସିହାରେ ସ୍ପେନ୍ର ପାଲେନ୍ସିଆରେ ନିର୍ମିତ କ୍ରିଷ୍ଟୋ ଡେଲ୍ ଓଟେରୋ ମୂର୍ତ୍ତି (ପ୍ରାୟ ୨୧ ମିଟର୍)
- ମେକ୍ସିକୋର ଗ୍ୱାନାହ୍ୱାଟୋସ୍ଥିତ ସେରୋ ଡେଲ୍ କ୍ୟୁବିଲେଟ୍ ମୂର୍ତ୍ତି (୨୩ ମିଟର୍)
- ଇଣ୍ଡୋନେସିଆର ମାନାଡୋସ୍ଥିତ କ୍ରାଇଷ୍ଟ୍ ବ୍ଲେସିଂ ମୂର୍ତ୍ତି (୩୦ ମିଟର୍)
- କ୍ୟୁବାର ହାଭାନାର କ୍ରାଇଷ୍ଟ୍ ଅଫ୍ ହାଭାନା (୨୦ ମିଟର୍)
- ଅନେକ ସାଗରତଳ ସ୍ଥାନରେ ନିର୍ମିତ କ୍ରାଇଷ୍ଟ୍ ଅଫ୍ ଦ ଏବିସ୍
- ଯୁକ୍ତରାଷ୍ଟ୍ର ଆମେରିକାର ଆର୍କାନ୍ସାସ୍ସ୍ଥିତ କ୍ରାଇଷ୍ଟ୍ ଅଫ୍ ଦ ଓଜାର୍କ୍ସ୍ (୨୦ ମିଟର୍)
- ଭିଏତ୍ନାମର କ୍ରାଇଷ୍ଟ୍ ଅଫ୍ ଭୁଂଗ୍ ତାଉ (୩୨ ମିଟର୍)
- ପୋଲାଣ୍ଡର ସ୍ୱିବୋଜିନ୍ସ୍ଥିତ କ୍ରାଇଷ୍ଟ୍ ଦ କିଂଗ୍ (୩୨ ମିଟର୍)
- ଆର୍ଜେଣ୍ଟିନା ଓ ଚିଲିର କ୍ରାଇଷ୍ଟ୍ ଦ ରିଡିମର୍ ଅଫ୍ ଦ ଆଣ୍ଡିଜ୍
- ପେରୁର କୁସ୍କୋସ୍ଥିତ କ୍ରିଷ୍ଟୋ ବ୍ଲାଂକୋ
- ସ୍ପେନ୍ର ଇବିଜ୍ଜାସ୍ଥିତ ସାଗ୍ରାତ୍ କୋର୍ ଡେ ଜୀଶୁସ୍ (୨୩ ମିଟର୍)
- ବଲିଭିଆର କୋଚାବାମ୍ବାସ୍ଥିତ କ୍ରିଷ୍ଟୋ ଡେ ଲା କୋଂକୋର୍ଡିଆ
- ମେକ୍ସିକୋର ଟୋରିଓଁ ସହରର କ୍ରିଷ୍ଟୋ ଡେ ଲାସ୍ ନୋଆସ୍ (୨୨ ମିଟର୍)
- ୨୦୧୧ ମସିହାରେ ପେରୁର ଲିମାରେ ପ୍ରତିଷ୍ଠା କରାଯାଇଥିବା କ୍ରିଷ୍ଟୋ ଡେଲ୍ ପାସିଫିକୋ (୩୭ ମିଟର୍)
- ଇଣ୍ଡୋନେସିଆର ପଶ୍ଚିମ ପାପୁଆର ମାନ୍ସିନାମ୍ ଦ୍ୱୀପସ୍ଥିତ ପାତୁଂଗ୍ ଯୀଶୁଖ୍ରୀଷ୍ଟ [୨୭] (୩୦ ମିଟର୍)
- ଇଟାଲୀର ମାରାଟେଆର କ୍ରିଷ୍ଟୋ ରେଡେଣ୍ଟୋରେ (୨୧ ମିଟର୍)
- ପର୍ତ୍ତୁଗାଲର ଅଲ୍ମାଡ଼ାସ୍ଥିତ କ୍ରିଷ୍ଟୋ ରୈ (୨୮ ମିଟର୍)
- ତିମୋର୍-ଲେଷ୍ଟେର ଡିଲିସ୍ଥିତ କ୍ରିଷ୍ଟୋ ରୈ ଅଫ୍ ଡିଲି (୨୭ ମିଟର୍)
- ୧୯୨୭ ମସିହାରେ ନିର୍ମିତ ମାଦୈରା ଦ୍ୱୀପର କ୍ରିଷ୍ଟୋ ରୈ (୧୫ ମିଟର୍)
- ଅଙ୍ଗୋଲାର ଲୁବାଂଗୋସ୍ଥିତ କ୍ରିଷ୍ଟୋ ରୈ (୧୪ ମିଟର୍)
- ସ୍ପେନ୍ର ବାର୍ସେଲୋନା ନଗରର ସାଗ୍ରାତ୍ କୋର୍ ଉପରିସ୍ଥ ଯୀଶୁ ପ୍ରତିମା
- ମାଲଟାର ତାସ୍-ସାଲ୍ଭାଟୁର୍ (୧୨ ମିଟର୍)
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ Murray, Lorraine. "Christ the Redeemer (last updated 13 January 2014)". Encyclopædia Britannica. Retrieved July 11, 2014.
- ↑ Giumbelli, Emerson (2014). Símbolos Religiosos em Controvérsia (in ପର୍ତ୍ତୁଗୀଜ୍). São Paulo. 244. ISBN 978-85-7816-137-8.
{{cite book}}
: Unknown parameter|nopp=
ignored (|no-pp=
suggested) (help)CS1 maint: location missing publisher (link) - ↑ "The New Seven Wonders of the World". Hindustan Times. ଜୁଲାଇ 8, 2007. Archived from the original on ସେପ୍ଟେମ୍ବର 30, 2007. Retrieved ଜୁଲାଇ 11, 2007.
- ↑ ୪.୦ ୪.୧ "Christ the Redeemer". TIME. October 26, 1931. Archived from the original on August 12, 2013. Retrieved July 11, 2007.
- ↑ ୫.୦ ୫.୧ ୫.୨ "Brazil: Crocovado mountain – Statue of Christ". Travel Channel. Archived from the original on May 16, 2007. Retrieved July 7, 2007.
- ↑ ୬.୦ ୬.୧ ୬.୨ "Sanctuary Status for Rio landmark". BBC News. October 13, 2006. Retrieved July 7, 2007.
- ↑ "Cristo Corcovado by Sergi Lla on Prezi". Prezi.com. Retrieved October 15, 2015.
- ↑ ୮.୦ ୮.୧ "Cristo Redentor – Histórico da Construção" (in Portuguese). Archived from the original on March 13, 2009.
{{cite web}}
: CS1 maint: unrecognized language (link) - ↑ Victor, Duilo. "Redentor, carioca até a alma" (in Portuguese). Jornal do Brasil. Retrieved July 17, 2008.
{{cite news}}
: CS1 maint: unrecognized language (link)[permanent dead link] - ↑ Phil, Damon (June 29, 1983). "Vote now for Phoneheng". The Sun. London.
- ↑ "Cristo Redentor: santuário carioca que virou símbolo da cidade no mundo". Prefeitura da Cidade do Rio de Janeiro. October 20, 2014. (Portuguese)
- ↑ Dima, Alina. "Gheorghe Leonida – Romanian contribution to "Cristo Redentor"".
- ↑ "Vandals cover Rio's Christ statue with graffiti". Reuters. April 16, 2010.
- ↑ Tabak, Bernardo. "Estátua do Cristo Redentor é alvo de pichação". Globo.
- ↑ Infosur hoy: Christ the Redeemer to get new outfit Archived July 14, 2014, at the Wayback Machine.
- ↑ "Cristo Redentor vai passar por restauração até junho ("Christ the Redeemer under restoration 'til June")". Estadão.
- ↑ Moratelli, Valmir. "Cristo Redentor, castigado por raios, passa por ampla reforma (Christ the Redeemer, punished by lightnings, go by ample refit)". Último Segundo.
- ↑ "Cristo Redentor renovado para 2010" (PDF). Rio de Janeiro Government. December 2010.[permanent dead link]
- ↑ "Lightning breaks finger off Rio's Christ". The Age. January 2014.
- ↑ "Climbing Christ the Redeemer youtube video". Ontheroofs. December 10, 2015.
- ↑ "Climbing Christ the Redeemer ontheroofs story with photos and video". Ontheroofs. ଡିସେମ୍ବର 10, 2015. Archived from the original on September 21, 2016.
- ↑ Millward, David (ଡିସେମ୍ବର 12, 2015). "Watch the stunning footage taken by photographers who climbed Rio's 125-feet tall Christ the Redeemer Statue". The Telegraph. Archived from the original on September 21, 2016.
- ↑ ୨୩.୦ ୨୩.୧ ୨୩.୨ "Brazil's Christ state returns after renovation". BBC News. July 1, 2010. Retrieved July 1, 2010.
- ↑ Christ the Redeemer se la come, YouTube video, accessed January 20, 2011.
- ↑ "Reforma no cartão-postal". Veja Rio. ମଇ 18, 2010. Archived from the original on ଜାନୁଆରୀ 27, 2010. Retrieved ମଇ 18, 2010.
- ↑ Bowater, Donna; Mulvey, Stephen; Misra, Tanvi (March 10, 2014). "Arms wide open". BBC Online. Retrieved December 2, 2014.
- ↑ Kompas Cyber Media. "Presiden Resmikan Patung Yesus Kristus di Pulau Mansinam – Kompas.com Regional". Regional.kompas.com. Retrieved October 15, 2015.
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Blanes, Ruy Llera (2014). "Review: Giumbelli, Emerson (2014), Símbolos Religiosos em Controvérsia. São Paulo: Terceiro Nome". Vibrant: Virtual Brazilian Anthropology (in ପର୍ତ୍ତୁଗୀଜ୍). 11 (2): 470–472. doi:10.1590/S1809-43412014000200016. ISSN 1809-4341. Archived from the original on ଡିସେମ୍ବର 20, 2010.
- Giumbelli, Emerson (2008). "A modernidade do Cristo Redentor". Dados (in ପର୍ତ୍ତୁଗୀଜ୍). 51 (1): 75–105. doi:10.1590/S0011-52582008000100003. ISSN 0011-5258. Archived from the original on 2018-12-26. Retrieved 2018-03-02.
- Giumbelli, Emerson; Bosisio, Izabella (2010). "A Política de um Monumento: as Muitas Imagens do Cristo Redentor". Debates do NER (in ପର୍ତ୍ତୁଗୀଜ୍). 2 (18): 173–192. ISSN 1982-8136.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help) - Giumbelli, Emerson (2013). "O Cristo Pichado". Ponto Urbe. Revista do Núcleo de Antropologia Urbana da USP (in ପର୍ତ୍ତୁଗୀଜ୍) (12). doi:10.4000/pontourbe.586. ISSN 1981-3341.
- Ranquetat-Júnior, Cesar Alberto (2012). Laicidade à brasileira: um estudo sobre a controvérsia em torno da presença de símbolos religiosos em espaços públicos (Doutorado em Antropologia Social) (in ପର୍ତ୍ତୁଗୀଜ୍). UFRGS. 310 pp. Retrieved December 7, 2015.
{{cite thesis}}
: Unknown parameter|nopp=
ignored (|no-pp=
suggested) (help) - Ranquetat-Júnior, Cesar Alberto (2015). "Giumbelli, Emerson. Símbolos Religiosos em Controvérsia. São Paulo: Terceiro Nome, 2014". Debates do NER (in ପର୍ତ୍ତୁଗୀଜ୍). 1 (27): 429–437. ISSN 1982-8136.