ରାମାନୁଜ ଆଚାର୍ଯ୍ୟ
ରାମାନୁଜ | |
---|---|
ଜନ୍ମ | ଲକ୍ଷ୍ମଣ ୧୦୧୭ ଖ୍ରୀ. ଶ୍ରୀପେରାମ୍ବୁଦୁର,ତାମିଲନାଡୁ |
ମୃତ୍ୟୁ | ୧୧୩୭ ଖ୍ରୀ. ଶ୍ରୀରଙ୍ଗମ,ତାମିଲନାଡୁ |
ଉପାଧି/ ସମ୍ମାନ | श्रीवैष्णवतत्त्वशास्त्रस्य आचार्यः । |
ଗୁରୁ | ଯମୁନାଚାର୍ୟ |
ସାହିତ୍ୟ କୃତି | वेदान्तसङ्ग्रहम्, श्रीभाष्यम्, गीताभाष्यम्, वेदन्तदीपम्, वेदान्तसारम्, शरणागतिगद्यम्,श्रीरङ्गगद्यम्, श्रीवैकुण्ठगद्यम्, नित्यग्रन्थम्, |
An article related to |
---|
Practices
|
ରାମାନୁଜ ଆଚାର୍ଯ୍ୟ (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ ହିନ୍ଦୁ ଧର୍ମବିତ, ଦାର୍ଶନିକ ଏବଂ ଶ୍ରୀବୈଷ୍ଣବ ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ଥିଲେ । [୧][୨] ସେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ଏକ ଗାଁ ଶ୍ରୀପେରୁମ୍ବୁଦୁରରେ ।[୩] ତାଙ୍କ ଦାର୍ଶନିକ ମତବାଦ ଭକ୍ତି-ଆନ୍ଦୋଳନ ପାଇଁ ପ୍ରଭାବଶାଳୀ ହୋଇଥିଲା । [୧][୪]
ରାମାନୁଜଙ୍କ ଗୁରୁ ଯାଦବ ପ୍ରକାଶ ଅଦ୍ୱୈତ ବେଦାନ୍ତ ପରମ୍ପରାର ପଣ୍ଡିତ ଥିଲେ । [୫] ଶ୍ରୀ ବୈଷ୍ଣବ ପରମ୍ପରା ମତାନୁସାରେ ରାମାନୁଜ ନିଜ ଗୁରୁଙ୍କ ସହ ଏକମତ ନହୋଇ ନାଥମୁନୀ ଓ ଯମୁନାଚାର୍ଯ୍ୟଙ୍କ ଭଲି ଅଲ୍ୱାର ସନ୍ଥମାନଙ୍କୁ ଅନୁସରଣ କରିଥିଲେ । [୧]ବିଶିଷ୍ଟାଦ୍ୱୈତବାଦ ବେଦାନ୍ତ ପରମ୍ପରାର ରାମାନୁଜ ସର୍ବପ୍ରଧାନ ବାଖ୍ୟାକାର ଭାବେ ପ୍ରସିଦ୍ଧ । [୬][୭] ସେ ବ୍ରହ୍ମସୂତ୍ର ଓ ଭଗବତ-ଗୀତାର ବାଖ୍ୟା ଏହି ମତାନୁସାରେ କରିଥିଲେ । [୮]
ତାଙ୍କଦ୍ୱାରା ପ୍ରଣୀତ ବିଶିଷ୍ଟାଦ୍ୱୈତବାଦ, ମାଧବାଚାର୍ଯ୍ୟଙ୍କ ଦ୍ୱୈତବାଦ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ବେଦାନ୍ତ ସହ ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ଦାର୍ଶନିକ ଚିନ୍ତାଧାରା ଅଟେ । ସେ ଜ୍ଞାନ ଓ ମୋକ୍ଷ ପାଇଁ ଭକ୍ତିର ଆବଶ୍ୟକତା ପ୍ରତିପାଦନ କରିଥିଲେ । ତାଙ୍କ ମତାନୁସାରେ ଜୀବାତ୍ମା ଓ ବ୍ରହ୍ମ ମଧ୍ୟରେ ବିଭେଦ ରହିଛି ଏବଂ ଜୀବାତ୍ମା ଓ ଜଗତ ବ୍ରହ୍ମଙ୍କ ଉପରେ ନିର୍ଭରଶୀଳ । ମାତ୍ର ଜୀବାତ୍ମା ଏକ ଅଟେ ଓ ଏହା ମୋକ୍ଷଦ୍ୱାରା ପରମାତ୍ମାଙ୍କ ସହ ଏକ ହେବାକୁ ଯୋଗ୍ୟ । [୯] [୧୦]
ଜୀବନୀ
[ସମ୍ପାଦନା]ଐତିହାସିକ ଦୃଷ୍ଟିରୁ ରାମାନୁଜଙ୍କ ଜୀବନୀ ସମ୍ପୁର୍ଣ୍ଣ ଜ୍ଞାତ ନୁହେଁ । ଶ୍ରୀ ବୈଷ୍ଣବ ସମ୍ପ୍ରଦାୟର ଅନୁଜାୟୀମାନେ ତାଙ୍କ ଜୀବନ ଉପରେ ଅନେକ ଭକ୍ତି ମୂଳକ ବାକ୍ଷ୍ୟାନ ଲେଖିଛନ୍ତି ଏବଂ ଏହାକୁ ସତ ଭାବରେ ଗ୍ରହଣ କରାଯାଏ । [୨][୧୧] ସେହି କିମ୍ବଦନ୍ତୀ ଅନୁସାରେ ରାମାନୁଜ ଆଧୁନିକ ଚେନ୍ନାଇ ନିକଟସ୍ଥ ଏକ ଗ୍ରାମରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । [୧୨] ତାଙ୍କ ଜୀବନ କାଳକୁ ଖ୍ରୀ.ଅ. ୧୦୧୭ରୁ ୧୧୩୭ ବୋଲି ଗ୍ରହଣ କରାଯାଏ । ଏହି ମତାନୁସାରେ ତାଙ୍କ ଜୀବନ କାଳ ୧୨୦ ବର୍ଷ ଥିଲା । ଆଧୁନିକ ମତବାଦ ତାଙ୍କ ଜୀବନ କାଳ ଖ୍ରୀ.ଅ.୧୦୭୭ରୁ ଖ୍ରୀ.ଅ.୧୧୫୭ ମଧ୍ୟରେ ଗ୍ରହଣ କରେ । [୧୩][୩][୧୨]
ତାଙ୍କ ବିବାହ ପରେ ସେ କାଞ୍ଚିପୁରମ୍ ଯାଇ ଯାଦବ ପ୍ରକାଶ ନାମକ ଏକ ଅଦ୍ୱୈତ ବେଦାନ୍ତୀଙ୍କ ନିକଟରେ ଅଧ୍ୟୟନ କରିଥିଲେ । [୫][୧୪] ଅନେକ ବିଷୟରେ ଦୁହିଙ୍କ ମଧ୍ୟରେ ମତଭେଦ ହେଉଥିଲା । ପରେ ରାମାନୁଜ ତାଙ୍କୁ ତ୍ୟାଗ କରି ନିଜେ ଅଧ୍ୟୟନ କରିଥିଲେ । [୨][୧୪] ରାମାନୁଜ ଶ୍ରୀ ବୈଷ୍ଣବ ପରମ୍ପରାରେ ଦିକ୍ଷୀତ ହୋଇଥିଲେ ଓ ଗୃହ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲେ । [୧୫]
ରାମାନୁଜ ଶ୍ରୀରଙ୍ଗମର ବରଦରାଜ ବିଷ୍ଣୁ ମନ୍ଦିରରେ ପୂଜକ କାର୍ଯ୍ୟ କଲେ ଓ ବେଦାନ୍ତ ଉପରେ ଶିକ୍ଷା ପ୍ରଦାନ କଲେ । ସେ ନିର୍ଗୁଣ ବ୍ରହ୍ମଙ୍କ ଉପାସନା ପରିବର୍ତ୍ତେ ସଗୁଣ ବ୍ରହ୍ମଙ୍କ (ନାରାୟଣ) ଉପାସନା ମୋକ୍ଷର ମାର୍ଗ ବୋଲି ଶିକ୍ଷା ଦେଇଥିଲେ ।[୧୪][୧୬] ସେ ଶ୍ରୀରଙ୍ଗମ ମନ୍ଦିରର ବିଭିନ୍ନ ସଂସ୍କାର କରାଇଥିଲେ ଓ ଭାରତ ସାରା ବୁଲି ତାଙ୍କ ମତବାଦର ପ୍ରଚାର କରିଥିଲେ ।
ପୁରୀକୁ ଯାତ୍ରା
[ସମ୍ପାଦନା]ରାମାନୁଜ ପୁରୀକୁ ଆସିବା ସମୟରେ ଚୋଡଗଙ୍ଗ ଦେବ ଉତ୍କଳର ରାଜା ଥିଲେ । ପ୍ରପନ୍ନାମୃତ ନାମକ ଏକ ଗ୍ରନ୍ଥ ଅନୁସାରେ ସେ ଶୈବ ଚୋଡଗଙ୍ଗ ଦେବଙ୍କୁ ପ୍ରଭାବିତ କରି ବୈଷ୍ଣବ କରାଇଥିଲେ । ସେ ପୁରୀରେ ଦୁଇଟି ମଠ ସ୍ଥାପନ କରିଥିଲେ ଯାହା ମଧ୍ୟରୁ ଏମାର ମଠ ଅନ୍ୟତମ । ବ୍ରହ୍ମଗିରିର ଅଲାରନାଥ ମନ୍ଦିର ମଧ୍ୟ ଅଲ୍ୱାର ସମ୍ପ୍ରଦାୟ ରାମାନୁଜଙ୍କଦ୍ୱାରା ପ୍ରଭାବିତ ହୋଇଥିବାର ଗ୍ରହଣ କରାଯାଏ । [୧୭]
ରଚନା
[ସମ୍ପାଦନା]ରାମାନୁଜ ବେଦାନ୍ତ ଦର୍ଶନ ଉପରେ ଅନେକ ଗ୍ରନ୍ଥ ରଚନା କରିଥିଲେ । ସେସବୁ ମଧ୍ୟରୁ ପ୍ରଧାନ ରଚନା ବ୍ରହ୍ମସୂତ୍ର ଉପରେ ରଚିତ "ଶ୍ରୀ ଭାଷ୍ୟ", "ଭଗବତ ଗୀତା ଭାଷ୍ୟ" ଓ "ବେଦାର୍ଥସଂଗ୍ରହ" । ତାଙ୍କର ଅନ୍ୟ କେତେକ ରଚନା ମଧ୍ୟ ରହିଛି ।
ଦର୍ଶନ
[ସମ୍ପାଦନା]ରାମାନୁଜଙ୍କ ଦର୍ଶନ ବିଶିଷ୍ଟାଦ୍ୱୈତବାଦ ନାମରେ ପ୍ରସିଦ୍ଧ । ଏହା ବେଦାନ୍ତ ଦର୍ଶନର ଏକ ମତବାଦ । [୧୮] ଏହି ମତବାଦ ଅନୁସାରେ ବ୍ରହ୍ମ, ଜଗତ ଓ ଜୀବାତ୍ମା ସବୁ ସତ୍ୟ ଓ ଏକ ଅଟନ୍ତି । ଜଗତ ଓ ଜୀବାତ୍ମା ବ୍ରହ୍ମ ଉପରେ ନିର୍ଭରଶୀଳ । ଏହି ମତବାଦ ଭକ୍ତିକୁ ପ୍ରାଧାନ୍ୟ ଦେଇଥାଏ ଏବଂ ଭକ୍ତିଦ୍ୱାରା ମୋକ୍ଷ ସମ୍ଭବ ବୋଲି ଗ୍ରହଣ କରିଥାଏ । ଏହି ମତରେ ଭଗବାନ ବିଷ୍ଣୁ ସର୍ବୋଚ୍ଚ ତତ୍ତ୍ୱ ବ୍ରହ୍ମ ଅଟନ୍ତି । ଅଦ୍ୱୈତ ମତ ପରି ଏହା ଜଗତକୁ ମାୟା ଭାବରେ ଗ୍ରହଣ କରେ ନାହିଁ । ବରଂ ଜଗତକୁ ବ୍ରହ୍ମଙ୍କର ମହିମା ଭାବେ ଗ୍ରହଣ କରେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ C. J. Bartley 2013, pp. 1–4, 52–53, 79.
- ↑ ୨.୦ ୨.୧ ୨.୨ Jon Paul Sydnor (2012). Ramanuja and Schleiermacher: Toward a Constructive Comparative Theology. Casemate. pp. 20–22 with footnote 32. ISBN 978-0227680247.
- ↑ ୩.୦ ୩.୧ Mishra, Patit Paban (2012). Ramanuja(ca. 1077–ca. 1157) in Encyclopedia of Global Religion (Editors: Mark Juergensmeyer & Wade Clark Roof). doi:10.4135/9781412997898.n598.
- ↑ Hermann Kulke; Dietmar Rothermund (2004). A History of India. Routledge. p. 149. ISBN 978-0-415-32920-0.
- ↑ ୫.୦ ୫.୧ Patrick Olivelle (1992). The Samnyasa Upanisads : Hindu Scriptures on Asceticism and Renunciation: Hindu Scriptures on Asceticism and Renunciation. Oxford University Press. pp. 10–11, 17–18. ISBN 978-0-19-536137-7.
- ↑ C. J. Bartley 2013, pp. 1–2.
- ↑ Carman 1974, p. 24.
- ↑ Carman 1994, pp. 82-87 with footnotes.
- ↑ C. J. Bartley 2013, pp. 1–2, 9–10, 76–79, 87–98.
- ↑ Sean Doyle (2006). Synthesizing the Vedanta: The Theology of Pierre Johanns, S.J. Peter Lang. pp. 59–62. ISBN 978-3-03910-708-7.
- ↑ Keith E. Yandell 2001, pp. 7, 148.
- ↑ ୧୨.୦ ୧୨.୧ Jones & Ryan 2006, p. 352.
- ↑ Carman 1974, pp. 27–28, 45.
- ↑ ୧୪.୦ ୧୪.୧ ୧୪.୨ J.A.B. van Buitenen (2008), Ramanuja - Hindu theologian and Philosopher, Encyclopedia Britannica
- ↑ Alkandavilli Govindāchārya (1906). The Life of Râmânujâchârya: The Exponent of the Viśistâdvaita Philosophy. S. Murthy. pp. 62–70.
- ↑ Jon Paul Sydnor (2012). Ramanuja and Schleiermacher: Toward a Constructive Comparative Theology. Casemate. pp. 84–87. ISBN 978-0227680247.
- ↑ Prabhat Mukherjee (1981). The History of Medieval Vaishnavism in Orissa. Asian Educational Services. pp. 27–. ISBN 978-81-206-0229-8.
- ↑ Joseph P. Schultz (1981). Judaism and the Gentile Faiths: Comparative Studies in Religion. Fairleigh Dickinson University Press. pp. 81–84. ISBN 978-0-8386-1707-6.
ବାହାର ତଥ୍ୟ
[ସମ୍ପାଦନା]ଜୀବନୀ
[ସମ୍ପାଦନା]- Biography and works, The Internet encyclopedia of Philosophy.
- Biography of Ramanuja Archived 2008-02-25 at the Wayback Machine., Sanskrit.org
- Divine Life Society Biography of Ramanuja, by Swami Sivananda
- Reckoning the date of birth of Ramanuja[permanent dead link], rangavilasam.com'
ରଚନାବଳୀ
[ସମ୍ପାଦନା]- Vedanta Sangraha: A quick translation Archived 2016-09-21 at the Wayback Machine., as per the book "Vedantha Sangraha", by S.S.Raghavachar.
- Sri Bhashya: Ramanuja's commentary on Vedanta Sutras, translated By George Thibaut (1904)
ଦର୍ଶନ
[ସମ୍ପାଦନା]- A collection of articles on the philosophy of Sri Ramanuja Archived 2012-05-01 at the Wayback Machine.
- Srivaishnava Sampradayam - Information on various aspects of Srivaishnavite philosophy, culture, literature and history
- Divine Life Society Discussion of Ramanuja's philosophy.
- Ramanuja.org
- A collection of e-books on Ramanuja Sampradayam