ଲିନକ୍ସ
କମ୍ପାନୀ / ସଫ୍ଟୱେର ଗଢ଼ାଳି | ଅନେକ |
---|---|
OS ପରିବାର | ଇଉନିକ୍ସ ଭଳି(Unix-like) |
ସ୍ରୋତ ମଡ଼େଲ | ମୁକ୍ତ ଓ ମାଗଣା ସଫ୍ଟୱେର(Free and open source software) |
ଆରମ୍ଭ ସଂସ୍କରଣ | ୧୯୯୧ |
ବ୍ୟବସାୟିକ ଲକ୍ଷ | Personal computers, embedded devices, mobile devices, servers |
କର୍ନେଲ ପ୍ରକାର | Monolithic |
ଡିଫଲ୍ଟ ଇଉଜର ଇଣ୍ଟରଫେସ | ଅନେକ |
ଲିନକ୍ସ (ଇଂରାଜୀ:linux) ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ରେ , ଯେତେବେଳେ ଜଣେ ଫିନ୍ (Finnish) ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।[୨]
ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ୱାରା ଲିନକ୍ସର ଇତିହାସକୁ ସାରା ବିଶ୍ୱର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରାଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା । ପ୍ରାଥମିକ ଅବସ୍ଥାରେ ଲିନକ୍ସର ଗଠନ ମୁଖ୍ୟ ଅପରେଟିଂ ସିଷ୍ଟମକୁକୁ କେନ୍ଦ୍ର କରି ହିଁ ଗଢ଼ାଯାଉଥିଲା । କିନ୍ତୁ ଏକ ସମ୍ପୂର୍ଣ୍ଣ ଅପରେଟିଂ ସିଷ୍ଟମ ଗଢିବାକୁ ହେଲେ କେବଳ ଏହି କର୍ନେଲ ବ୍ୟତୀତ ଆହୁରି ଅନେକ କାମ ବାକି ଥିଲା । ଆଉ ଲିନକ୍ସ କର୍ନେଲ ଓ ଲିନକ୍ସ ସିଷ୍ଟମ ମଧ୍ୟରେ ପ୍ରଭେଦ ବି ଆବଶ୍ୟକୀୟ ଥିଲା । ଲିନକ୍ସ କର୍ନେଲ ସମ୍ପୂର୍ଣ୍ଣ ଭାବେ ଏକ ଅରିଜିନାଲ ସଫ୍ଟୱେର ଅଟେ ଯାହାକି ଲିନକ୍ସ କମ୍ୟୁନିଟିଦ୍ୱାରା ଗଢ଼ା ଯାଇଥିଲା । ଆଉ ଲିନକ୍ସ ସିଷ୍ଟମ ପାଇଁ କିଛି ଭାଗ ଅନ୍ୟାନ୍ୟ ସଫ୍ଟୱେରରୁ ଅଣାଯାଇଛି ଓ କିଛି ଭାଗ ଦଳଗତ ଭାବେ ଗଠନ କରାଯାଇଛି ।[୨]
ମୂଳ ଲିନକ୍ସ ସିଷ୍ଟମ ବିଭିନ୍ନ ଆପ୍ଲିକେସନ(Application) ଓ ଇଉଜର ପ୍ରୋଗ୍ରାମିଂ(User Programming) ପାଇଁ ଏକ ମାନକ ପରିବେଶ(Standard Environment) ଅଟେ । ଲିନକ୍ସ ଯେପରି ପରିପକ୍ୱ ହେଇଚାଲିଲା , ସର୍ବପ୍ରଥମେ ଅନ୍ୟ ସ୍ତରର ବ୍ୟବହାର ନିମନ୍ତେ ଏକ ଆବଶ୍ୟକତା ଅନୁଭୂତ ହେଲା ଓ ଏହା ପୂରଣ ହେଲା ବିଭିନ୍ନ ଲିନକ୍ସ ବଣ୍ଟନ(Linux Distribution)ଦ୍ୱାରା । ଲିନକ୍ସ ସିଷ୍ଟମର ସମସ୍ତ Standard Component , ଲିନକ୍ସ ବଣ୍ଟନ ଅନ୍ତର୍ଗତ ଅଟେ । ଏହା ବ୍ୟତିତ ଏଥିରେ ପ୍ରାରମ୍ଭିକ Instalationକୁ ସହଜ କରିବା ଓ Upgrading କରିବା ନିମନ୍ତେ କିଛି Administrative Tools ଥାଏ । ବର୍ତ୍ତମାନ ଆଧୁନିକ ବଣ୍ଟନରେ , File Systemକୁ ଗଠନ କରିବା , User accountର ପରିଚାଳନା , Web browser ଓ Word processorର ମାଲିକାନା(Administration) ନିମନ୍ତେ ବିଭିନ୍ନ ପ୍ରକାରର ସରଞ୍ଜାମ(Tools)ର ବ୍ୟବସ୍ଥା ରହିଥାଏ ।[୨]
ଲିନକ୍ସ ଲିସେନ୍ସିଂ(Linux licensing)
[ସମ୍ପାଦନା]ଲିନକ୍ସ କର୍ନେଲ , GNU general public license (GPL) , ଅନୁଯାୟୀ ବଣ୍ଟନ କରାଯାଇଥାଏ ଓ ଏହାର Terms ନିର୍ଦ୍ଧାରିତ ହୋଇଥାଏ Free Software Foundationଦ୍ୱାରା । ଲିନକ୍ସ ଏକ Public Domain ସଫ୍ଟୱେର ନୁହେଁ । Public Domainର ଅର୍ଥ ଲେଖକମାନେ ସଫ୍ଟୱେରରେ ନିଜ ମାଲିକାନା(Copyright)କୁ ପରିତ୍ୟାଗ କରିଥାନ୍ତି , କିନ୍ତୁ ଲିନକ୍ସ-କୋଡର ମାଲିକାନା କୋଡ୍_ର ବିଭିନ୍ନ ଲେଖକଙ୍କ ପାଖରେ ରହିଥାଏ । ଲିନକ୍ସ ଏକ ମୁକ୍ତ (Free) ସଫ୍ଟୱେର , ଲୋକମାନେ ଏହାକୁ କୌଣସି ବାଧା ବିନା କପି କରିପାରିବେ , ବଦଳାଇ ପାରିବେ , ଆବଶ୍ୟକତା ମୁତାବକ ବ୍ୟବହାର କରିପାରିବେ ଓ ସେମାନଙ୍କ ନିଜ କପି ଛାଡିଯିବେ ।
ଗଠନର ମୂଳତତ୍ତ୍ୱ(Design principles)
[ସମ୍ପାଦନା]କର୍ନେଲ
[ସମ୍ପାଦନା]ସିଷ୍ଟମ ଲାଇବ୍ରେରୀ(system library)
[ସମ୍ପାଦନା]ସିଷ୍ଟମ ୟୁଟିଲିଟିସ(system utilities)
[ସମ୍ପାଦନା]ଅଧିକ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଲିନକ୍ସ ଲୋଗୋ ଓ ମାସ୍କଟ".
- ↑ ୨.୦ ୨.୧ ୨.୨ OPERATING SYSTEM CONCEPT ,8th Edition ; A Silberschatz, Peter B Galvin , Gerg Gagne ; Wiley India Edition ; ISBN;978-81-265-2051-0
ଅଧିକ ତଥ୍ୟ
[ସମ୍ପାଦନା]ଲିନକ୍ସ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Linux at Curlie
- Graphical map of GNU/Linux OS Internals Archived 2010-02-11 at the Wayback Machine.
- Linux kernel website and archives
- ମୁକ୍ତ ଓ ମାଗଣା ସଫ୍ଟୱେର
- ଟକ୍ସ ବିଷୟରେ
- ଲିନକ୍ସ ଟରୱାଲଡସ୍ ବିଷୟରେ
- Linux.org
- ଇଉନିକ୍ସ ଭଳି
- http://www.archive.org/details/git-history-of-linux The History of Linux in GIT Repository Format 1992–20