ଅନନ୍ତ ପଦ୍ମନାଭ ପଟ୍ଟନାୟକ
ଅନନ୍ତ ପଦ୍ମନାଭ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତନରଡ଼ା, ଭଞ୍ଜନଗର, ଗଞ୍ଜାମ ଜିଲ୍ଲା | ୪ ଅପ୍ରେଲ ୧୮୯୬
ମୃତ୍ୟୁ | ୧୬ ଜୁଲାଇ ୧୯୯୧ | (ବୟସ ୯୫)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ବିଷୟ | ସାହିତ୍ୟିକ |
ସାହିତ୍ୟ କୃତି | କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସନ୍ତାନ | ବାଳକୃଷ୍ଣ ପଟ୍ଟନାୟକ (ପ୍ରଫେସର,ଡକ୍ଟର) |
ସମ୍ପର୍କୀୟ | ଦାଶରଥି ପଟ୍ଟନାୟକ (ପିତା), ଚଞ୍ଚଳା ଦେବୀ (ମାତ।) |
ଅନନ୍ତ ପଦ୍ମନାଭ ପଟ୍ଟନାୟକ (୪ ଅପ୍ରେଲ ୧୮୯୬ - ୧୬ ଜୁଲାଇ ୧୯୯୧)[୧] ଜଣେ ଓଡ଼ିଆ ସାହିତ୍ୟିକ । ସେ ତାଙ୍କ ରଚିତ ଆଲୋଚନା ଗ୍ରନ୍ଥ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୨] ପାଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଅନନ୍ତ ଗଞ୍ଜାମ ଜିଲ୍ଲାର ତନରଡ଼ାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ସମସ୍ତ ପ୍ରତିଭା ତାଙ୍କ ଠାରେ ପ୍ରତିଫଳିତ ହୋଇଥିଲା । ୧୯୧୫ରୁ ବହୁ ପତ୍ରପତ୍ରିକାରେ ଗଳ୍ପ, କବିତା ଓ ପ୍ରବନ୍ଧ ଲେଖି ଖ୍ୟାତି ଅର୍ଜନ କରିଥିଲେ ।[୩] କଲେଜରେ ପଢ଼ିବା ସମୟରେ ତାଙ୍କ ରଚିତ 'ଦମୟନ୍ତୀ' ପ୍ରକାଶ ପାଇଥିଲା ।[୪] ପ୍ରାଚୀନ ଇତିହାସ, ତାମ୍ରଫଳକ ପ୍ରଭୃତିରୁ ସେ ବିଷୟବସ୍ତୁ ସଂଗ୍ରହ କରିବାରେ ଅଧିକାଂଶ ସମୟ ବ୍ୟୟ କରୁଥିଲେ । ଇଣ୍ଟରମିଡ଼ିଏଟ୍ ପର୍ଯ୍ୟନ୍ତ ଶିକ୍ଷାପ୍ରାପ୍ତ ଅନନ୍ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସଂପର୍କରେ ଏକାଧିକ ଗବେଷଣାମୁଳକ ଗ୍ରନ୍ଥ ପ୍ରଣୟନ କରିଥିଲେ । ଲେଖକଙ୍କ ଅନେକ ପୁସ୍ତକ ପାଠ୍ୟ କ୍ରମରେ ଅନ୍ତର୍ଭୁକ୍ତ ଥିଲା । ତାଙ୍କ ରଚିତ 'କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ' ପୁସ୍ତକଟି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରକାଶ ପାଇଥିଲା । ୧୯୬୫ରେ ଏହା ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ।[୫] କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ତାଙ୍କ ନାତି । ୧୯୯୬ରେ ତାଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭୁବନେଶ୍ୱର ଠାରେ 'ସାହିତ୍ୟ ସାଧକ ଅନନ୍ତ ପଦ୍ମନାଭ' ନାମକ ସ୍ମରଣିକା ପ୍ରକାଶ ପାଇଥିଲା ।
ରଚନାବଳୀ
[ସମ୍ପାଦନା]- ଦମୟନ୍ତୀ ୧୯୨୩
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
- ଉପେନ୍ଦ୍ର ଭଞ୍ଜ ପରିଚୟ ୧୯୬୨
- ଭଞ୍ଜ ସାହିତ୍ୟର ତାତ୍ତ୍ୱିକ ଆଲୋଚନା
- ସଂକ୍ଷିପ୍ତ ଉପେନ୍ଦ୍ର ଭଞ୍ଜ
- ଭଞ୍ଜ ସାହିତ୍ୟର ସପ୍ତ ଆଶ୍ଚର୍ଯ୍ୟ[୬]
- ଚଷାଭାଇ
- ମୋ ଗାଁ
- ସ୍କୁଲ ପିଲା
- ଯୌତୁକ ପୋଥି
- ଶ୍ରୀ ରାମାନୁଜ
- ବୁଢ଼ା ବାପାଙ୍କ ପିଲା ଗୀତ
- ଛାତ୍ର ମୁଁ
- ଭଲ ଭଜନ କୀର୍ତ୍ତନ ଗୀତ
- ଜାତୀୟ ସଂଗୀତ
- ମହାବୀର ଦୋହରା ବିଷୋୟୀ ୧୯୬୧
- ବୀର ଚକରା[୭]
- ଅଚିହ୍ନା ବାଟୁଆ
- ଗାଁ ଗୀତ
- ପ୍ରାଚୀନ ଘୁମୁସର ଚାଷୀ
- କନ୍ଧ ଆମର ବୀର ଜାତି
- ନାରୀଚିତ୍ର
- କୁମାରୀ ନୀତି ଶିକ୍ଷା ୧୯୫୮
- କୃଷକ ସଂଖାଳି
- ଉତ୍କଳ ଗୌରବ (୧୮ଖଣ୍ଡ)
- ଗୋସଂପଦ
- ଧାନ ମାଣିକିଆ ଓଷା
- ମେରିଆ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପାଇଁ ୧୯୫୯, ୧୯୬୦ ଏବଂ ୧୯୬୧ ମସିହା ପାଇଁ
ଆଧାର
[ସମ୍ପାଦନା]- ↑ ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୪୭. ISBN 81-7586-097-9.
- ↑ http://odishasahityaakademi.org/English/sahitya-award1.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୭-୨୮. ISBN 81-903352-1-9.
- ↑ ମିଶ୍ର, ବ୍ରଜବନ୍ଧୁ (୧୯୬୫). ସ୍ମରଣିକା. ଗଞ୍ଜାମ: ଗଞ୍ଜାମ ସାହିତ୍ୟ ସମ୍ମେଳନ. pp. ୩୨.
- ↑ ଭୂୟାଁ, କୃଷ୍ଣଚନ୍ଦ୍ର (୧୯୬୮). ଓଡ଼ିଆ ଲେଖକ ପରିଚୟ. କଲିକତା: ଓଡ଼ିଶା ଆର୍ଟ ପ୍ରେସ୍. pp. ୮୮.
- ↑ ରଥ, ନିରଞ୍ଜନ. ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଦବଂଗତ ସାରସ୍ୱତ ସାଧକ. ରାମନଗର, ଗଞ୍ଜାମ: ପଟେଲ ସାହିତ୍ୟ ସଂସଦ. pp. ୭୦.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୧୪. ISBN 81-7400-331-2.