Jump to content

ଏକାମ୍ର ନଗରୀ

ଉଇକିପିଡ଼ିଆ‌ରୁ

ଏକାମ୍ର ନଗରୀ କହିଲେ ସାଧାରଣତଃ ପୁରୁଣା ଭୁବନେଶ୍ୱରକୁ ବୁଝାଯାଇଥାଏ। ଏହାର ଅନ୍ୟ ନାମ ତୋଷାଳି।ବର୍ତ୍ତମାନ ଏହା ଉତ୍ତର ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳ ଅଧୀନରେ ଆସୁଅଛି। ଏକାମ୍ର ନଗରୀରେ ଦଶମ ଶତାବ୍ଦୀର ସହସ୍ରାଧିକ ମନ୍ଦିର ଦେଖିବାକୁ ମିଳେ। ପୁରୁଣା ଭୁବନେଶ୍ୱର କହିଲେ କପିଳେଶ୍ୱର, ସାମନ୍ତରାପୁର, ବଡଗଡ, ଲକ୍ଷ୍ମୀସାଗର, ରସୁଲଗଡ, ଲିଙ୍ଗରାଜ, ଟଙ୍କପାଣି, ଉତ୍ତରା, ଧଉଳି ଇତ୍ୟାଦି ଅଞ୍ଚଳକୁ ବୁଝାଏ।

ଇତିହାସ

[ସମ୍ପାଦନା]

କେତେକଙ୍କ ମତରେ ଏହା କାଳେ ଖାରବେଳଙ୍କ ଦ୍ବାରା ପ୍ରତିଷ୍ଠିତ ହେଇଥିଲା, ଯୋଉଠି ସିଏ ଶିଶୁପାଳଗଡ଼ଖଣ୍ଡଗିରିର ନିର୍ମାଣ କରିଥିଲେ । ୪ର୍ଥ ଶତାବ୍ଦୀ ଖ୍ରୀଷ୍ଟପୂର୍ବରେ ଅଶୋକକଳିଙ୍ଗ ଯୁଦ୍ଧ ଏକାମ୍ର ଧଉଳିରେ ହେଇଥିଲା ଯାହାପରେ ସେଠାରେ ଶାନ୍ତିସ୍ତୁପର ନିର୍ମାଣ କରାଯାଇଥିଲା । ବିଭିନ୍ନ ବଂଶର ରାଜାମାନେ ଏଠାରେ ମନ୍ଦିର ନିର୍ମାଣ କରିଛନ୍ତି ।

ସହରର ଦୃଶ୍ୟାବଳୀ

[ସମ୍ପାଦନା]

ପର୍ଯ୍ୟଟନ

[ସମ୍ପାଦନା]

ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର,କେଦାରଗୌରି ମନ୍ଦିର, ଭୀମେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଆଦି ସହିତ ରାଜ୍ୟ ସଂଗ୍ରହାଳୟ ଓ ଓଡ଼ିଶାର ଏକ ପ୍ରମୂଖ ମହାବିଦ୍ୟାଳୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ମଧ୍ୟ ଏହି ଅଞ୍ଚଳରେ ଅବସ୍ଥିତ। ରାଜଧାନୀର ସବୁଠୁ ପୁରୁଣା ପ୍ରେକ୍ଷାଳୟ କଳ୍ପନା ଟକିଜ ଏଠାରେ ଅବସ୍ଥିତ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୁଣା ଭୁବନେଶ୍ୱରର ସ୍ମୃତିକୁ ଉଧାରିବା ପାଇଁ ଅନେକ ଉତ୍ସବ ମହୋତ୍ସବ ଆଦିର ଆୟୋଜନ କରିଥାନ୍ତି। ସେଥିମଧ୍ୟରୁ କଳିଙ୍ଗ ମହୋତ୍ସବ(ପାରମ୍ପରିକ ଯୁଦ୍ଧକଳା ପ୍ରଦର୍ଶନୀ,ସ୍ଥାନ-ଧଉଳି), ଲିଙ୍ଗରାଜ ମହୋତ୍ସବ(ଭଜନ ଓ ନୃତ୍ୟ ସନ୍ଧ୍ୟା,ସ୍ଥାନ -ଲିଙ୍ଗରାଜ ମନ୍ଦିର), ମୁକ୍ତେଶ୍ୱର ମହୋତ୍ସବ(ଲୋକ ନୃତ୍ୟ ଉତ୍ସବ,ସ୍ଥାନ-ମୁକେଶ୍ୱର ମନ୍ଦିର ନାଟ୍ଯ ମଣ୍ଡପ), ଧଉଳି ମହୋତ୍ସବ(ଲୋକ ସଙ୍ଗୀତ ଓ ନୃତ୍ୟ ଉତ୍ସବ,ସ୍ଥାନ -ଧଉଳି) ଇତ୍ୟାଦି।

ପର୍ବପର୍ବାଣି

[ସମ୍ପାଦନା]

ପ୍ରମୁଖ ପର୍ବ ପର୍ବାଣି ମଧ୍ୟରେ ଅଶୋକାଷ୍ଟମୀ ରଥଯାତ୍ରା, ଶୀତଳ ଷଷ୍ଠୀ, ବୁଦ୍ଧ ପୂର୍ଣ୍ଣିମା, ମହାଶିବରାତ୍ରି ଇତ୍ୟାଦି ଜାକଜମକରେ ପାଳନ କରାଯାଏ। ତା ଛଡା ଅନ୍ୟ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ।