Jump to content

ଓକିଲ ଦିବସ

ଉଇକିପିଡ଼ିଆ‌ରୁ
ଓକିଲ ଦିବସ
ପାଳନକାରୀଓକିଲ ଗଣ
ବିଶେଷତାମଧୁବାବୁଙ୍କୁ ସମ୍ମାନ ପ୍ରଦାନ
ପର୍ବ ପାଳନଉତ୍ସବ, ସଭା ସମିତି
୨୦୨୪ ତାରିଖ୨୮ ଏପ୍ରିଲ୍

ଓକିଲ ଦିବସ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି(ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ ।[][] କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍.ଏ, ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍‌ ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ ।[] ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ । ଓଡ଼ିଶାରେ ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।[] ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ “ଓକିଲ ଦିବସ” ଭାବେ ପାଳନ କରାଯାଉଛି ।[][] ଏହି ଦିନକୁ ସ୍ୱାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି ।

ଇତିହାସ

[ସମ୍ପାଦନା]

ଏହି ଦିନ ରାଜ୍ୟର ବାର ଆସୋସିଏସନ୍ ଗୁଡିକରେ ତଥା ନ୍ୟାୟିକ ଦପ୍ତର ମାନଙ୍କରେ ମଧୁବାବୁଙ୍କ ସମ୍ମାନରେ ସଭା ସମିତି ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୁଏ ।[][][][୧୦]

  1. "First Famous Odia Personalities"
  2. "Eminent Personalities of Odisha"
  3. କର, ରଜତ କୁମାର (୨୮ ଏପ୍ରିଲ୍ ୨୦୧୪). "ମଧୁଙ୍କ ଜଗନ୍ନାଥ". ଧରିତ୍ରୀ. Retrieved 7 June 2015. {{cite news}}: Check date values in: |date= (help)
  4. ଡଃ ଧରଣୀଧର ନାଥ, ମହିମାଦୀପ୍ତ ମନୀଷୀ ମଧୁସୁଦନ, ସମାଜ, ୨୮ ଏପ୍ରିଲ୍,୨୦୧୪, ପୃଷ୍ଠା: ୧୨
  5. "ଓକିଲ ଦିବସ" Archived 2014-04-17 at the Wayback Machine.ସମାଜ ତା ୨୮.୦୪.୨୦୧୫
  6. " ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ"[permanent dead link]ସମ୍ବାଦ ତା ୨୯.୦୪.୨୦୧୫
  7. ""Bar Associations reminisced Madhubabu"". Archived from the original on 2015-09-24. Retrieved 2015-04-22.
  8. "LAWYERS MUST BE DEDICATED TO THEIR CAREER"
  9. "Odisha salutes Madhu babu"
  10. "BE DEDICATED TO SOCIETY LIKE MADHUBABU"