କଳାବୁଦା
କଳାବୁଦା | |
---|---|
ଗ୍ରାମ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ) |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ପାଟକୁରା |
Area | |
• ସମୁଦାୟ | 3,634 km2 (1,403 sq mi) |
Population (୨୦୧୧) | |
• Total | ୧୨୦୦ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୧୫୩ |
Area code | +୦୬୭୨୭ |
ଯାନବାହାନ ପଞ୍ଚୀକରଣ | OD-29 |
କଳାବୁଦା(Kalabuda) ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଏକ ଗାଁ ଓ ଗ୍ରାମପଞ୍ଚାୟତ ।[୧]
ଭୌଗଳିକ ଅବସ୍ଥିତି ଓ ଜଳବାୟୁ
[ସମ୍ପାଦନା]ଏହି ଗ୍ରାମଟି କଟକ ସହରଠାରୁ ପ୍ରାୟ ୬୫କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗ୍ରାମର ଅବସ୍ଥିତି ଚିତ୍ରୋପ୍ତଳା ନଦୀ କୂଳରେ । କଳାବୁଦା ହେଉଛି ଏକ ଗାଁ ଏବଂ ଗ୍ରାମପଞ୍ଚାୟତ ଯେଉଁଥିରେ କଳାବୁଦା(କ), କଳାବୁଦା(ଖ), କଳାବୁଦା(ଗ), ଅନ୍ଧାଲୋ, ମଇଦିପୁର ଓ ଗୋବିନ୍ଦପୁର ଗ୍ରାମ ଅନ୍ତର୍ଗତ ।[୨] ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ ।
କିମ୍ବଦନ୍ତୀ
[ସମ୍ପାଦନା]ଗ୍ରାମରେ ପୂର୍ବ କାଳରେ ବହୁତ କାରିଗର ଓ କଳାରେ ନିପୁଣ ଲୋକ ରହୁଥିବାରୁ, ଗ୍ରାମର ନାମକରଣ ଏହିଭଳି ହୋଇଛି ବୋଲି ବିଶ୍ୱାସ କରାଯାଏ (କଳାବୁଦା ବା କଳାରେ ପରିପୂର୍ଣ୍ଣ ଥିବା ଏକ ଅଞ୍ଚଳ) । ମାହଳରେ ଥିବା ଜଗନ୍ନାଥ ମନ୍ଦିରର ସ୍ୱର୍ଗଦ୍ୱାର ରୂପେ ଏହି ଗାଁରେ ଥିବା ଶ୍ମଶାନକୁ ଧରିନିଆଯାଇଛି ।
ଦେବଦେବୀ ଓ ମନ୍ଦିର
[ସମ୍ପାଦନା]ଗାଁର ପୂର୍ବ ଦିଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତୀତ ଏଠାରେ ଜଗନ୍ନାଥ ମନ୍ଦିର, ଶନି ମନ୍ଦିର, ସୂର୍ଯ୍ୟ ମନ୍ଦିର ଅଛି । ଗ୍ରାମର ମଝିରେ ମା ମଙ୍ଗଳା ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି । ଏହି ଗ୍ରାମରେ ଦୁଇଟି ଆଶ୍ରମ (କହ୍ନେଇ ଗୋସାଇଁ ଏବଂ ଦଧିଚି ମୁନି) ଅଛି ।
ପର୍ବ ପର୍ବାଣି
[ସମ୍ପାଦନା]ଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବପର୍ବାଣି ପାଳନ କରାଯାଏ । ଦଶହରା, ବାରୁଣୀ ମେଳା ଓ ଶନିମେଳା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ରଥଯାତ୍ରା, ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।
ଜୀବନ ଜୀବିକା
[ସମ୍ପାଦନା]ଗ୍ରାମର ଅଧିକାଂଶ ଲୋକେ ସରକାରୀ ଚାକିରିଆ । ପୂର୍ବ ଅପେକ୍ଷା ଏବେ ଚାଷ ଉପରେ ନିର୍ଭର କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗୁଛି । ଗ୍ରାମରେ ପ୍ରାୟ ସବୁ ବର୍ଗର ଲୋକେ ବସବାସ କରନ୍ତି । ଗ୍ରାମର ଅଧିକାଂଶ ପିଲାମାନେ ଏବେ ବାହାରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟୟନ ରତ ।
ସୁବିଧା ସୁଯୋଗ
[ସମ୍ପାଦନା]ଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାରର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି । ପାଖରେ ଚିତ୍ରୋପ୍ତଳା ନଦୀ ଉପରେ ଥିବା ପୋଲଟି ଏ ଅଞ୍ଚଳର ଏକ ମୁଖ୍ୟ ଯୋଗା ଯୋଗ ମାଧ୍ୟମ ।
ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ
[ସମ୍ପାଦନା]- ଚକ୍ରଧର ଶତପଥୀ (ପୂର୍ବତନ ବିଧାୟକ, ପାଟକୁରା)
- ଅର୍ଜୁନ ଚରଣ ବେହେରା (ଗାୟକ)
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- "Kalabuda Village". Onefivenine.com. Retrieved 2014-01-02.