ଭାଗିରଥୀ ନେପାକ
ଭାଗିରଥୀ ନେପାକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭାଗିରଥୀ ନେପାକ ୧ ଅପ୍ରେଲ ୧୯୩୧ ବିନିକା, ସୁବର୍ଣ୍ଣପୁର, ଓଡ଼ିଶା, ଭାରତ |
ମୃତ୍ୟୁ | ୩ ଜାନୁଆରୀ ୨୦୦୭ ଭୁବନେଶ୍ୱର | (ବୟସ ୭୫)
ଭାଷା | ସମ୍ବଲପୁରୀ, ଓଡ଼ିଆ |
ଶିକ୍ଷା | ଦର୍ଶନରେ ସ୍ନାତକ |
ଶିକ୍ଷାନୁଷ୍ଠାନ | ଗଙ୍ଗାଧର ମେହେର ମହାବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଅନସୂୟା ନେପାକ |
ସନ୍ତାନ | ମନୋରମା, ରାଜେନ୍ଦ୍ର, ନିରୁପମା, ଦେବେନ୍ଦ୍ର, ଶୁଭେନ୍ଦ୍ର, ପ୍ରତିମା, ନରେନ୍ଦ୍ର |
ଭାଗିରଥୀ ନେପାକ (୧ ଏପ୍ରିଲ ୧୯୩୧ - ୩ ଜାନୁଆରୀ ୨୦୦୭) ଜଣେ ଭାରତୀୟ ସମ୍ବଲପୁରୀ ଓ ଓଡ଼ିଆ-ଭାଷୀ ଲେଖକ ଓ ଗବେଷକ ଥିଲେ । ସେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମିତ ଏବଂ ମହିମା ଧର୍ମ ଓ ଭୀମ ଭୋଇଙ୍କ ଉପରେ ଗବେଷଣା ପାଇଁ ଜଣାଶୁଣା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଜୀବନୀ
[ସମ୍ପାଦନା]ଭାଗିରଥୀ ନେପାକ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକାଠାରେ ୧୯୩୧ ମସିହା ଅପ୍ରେଲ ୧ ତାରିଖରେ ପିତା ସଦାନନ୍ଦ ନେପାକଙ୍କ ଔରସ୍ୟରୁ ମାତା ଶ୍ରୀମତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ପରେ ତାଙ୍କ ପରିବାର ସୁବର୍ଣ୍ଣପୁରର ଲଛିପୁର ଗ୍ରାମକୁ ଚାଲିଯାଇଥିଲେ । ସେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଦର୍ଶନରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ଓଡ଼ିଶା ସରକାରଙ୍କ ଅଧୀନରେ ଜଣେ ଅଡିଟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]ସେ ନିଜ ବିଦ୍ୟାଳୟ ପଢ଼ା କାଳରେ "କାଉ ଓ କୋଇଲି" ଲେଖିବା ଆରମ୍ଭ କରିଥିଲେ । ପରେ ସେ ଗବେଷଣା ପୁସ୍ତକ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତା ଇତ୍ୟାଦି ସମେତ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ୨୨୯ରୁ ଅଧିକ ରଚନାବଳୀ ପ୍ରକାଶିତ ହୋଇଛି । ସେଥିମଧ୍ୟରେ ୩୪ଟି ଉପନ୍ୟାସ, ୩ଟି କବିତା ସଂକଳନ ସମେତ ଅନେକ ଜୀବନୀ, ଶିଶୁ ସାହିତ୍ୟ, କ୍ଷୁଦ୍ର ନାଟକ ଅନ୍ତର୍ଭୁକ୍ତ ।[୧][୨] ସେ ନିଜର ଗବେଷଣା ଓ ସାହିତ୍ୟ ରଚନାରେ ମହିମା ଧର୍ମକୁ ଲୋକପ୍ରିୟ କରାଇଛନ୍ତି ।[୩][୪]
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ
[ସମ୍ପାଦନା]- ଓଡ଼ିଶାର ଆଦିବାସୀ
- ଭୀମ ଭୋଇ ଓ ଅନ୍ୟ ପ୍ରସଙ୍ଗ
ଉପନ୍ୟାସ
[ସମ୍ପାଦନା]- ପୁନରାବୃତ୍ତି
- ସୂଚନା
- ପଟେଲ ବଧୁ ଯାଇକଢ଼ି
- କାଲି, ଆଜି, ପରାଦିନ
- ଜୁନ୍ ତେଇଶ ସୁଜାତାର ସ୍ୱପ୍ନ
କ୍ଷୁଦ୍ରଗଳ୍ପ
[ସମ୍ପାଦନା]- କଥା ବିଚିତ୍ରା
- ଚିର ସବୁଜ ଗଳ୍ପ
- ଚିର ନୂତନ ଗଳ୍ପ
ଆଧାର
[ସମ୍ପାଦନା]- ↑ Orissa Sahitya Academy Award Archived 20 April 2009 at the Wayback Machine.
- ↑ Sāhitya samālocanā bicitrā
- ↑ Mahima Dharma, Bhima Bhoi and Biswanathbaba Archived 10 April 2009 at the Wayback Machine.
- ↑ "Bhagirathi Nepak".