ସମ୍ବଲପୁର ଜିଲ୍ଲା
ସମ୍ବଲପୁର | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ସମ୍ବଲପୁର |
ଭାଷା | ସମ୍ବଲପୁରୀ (କୋଶଳୀ) |
ବିଧାନ ସଭା | ୪ଟି ଆସନ |
Area | |
• ଜିଲ୍ଲା | 6702 km2 (2,588 sq mi) |
Population (୨୦୧୧) | |
• ଜିଲ୍ଲା | ୧୦୪୪୪୧୦ |
• Density | 158/km2 (410/sq mi) |
• Urban | ୩୧୧୩୮୯ |
• Rural | ୭୩୩୦୨୧ |
• ୬ ବର୍ଷରୁ କମ ଶିଶୁ | ୧୧୨୯୪୬ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୮ xxx |
ତାର (ଏସ୍.ଟି.ଡ଼ି) | ୦୬୬୩ |
ଯାନବାହାନ ପଞ୍ଚୀକରଣ | OD-15 |
ଜିଲ୍ଲାପାଳ | ଶୁଭମ ଶକ୍ସେନା |
Website | Official website |
ସମ୍ବଲପୁର ଜିଲ୍ଲା ଭାରତର ଓଡ଼ିଶାରେ ଥିବା ଏକ ପ୍ରଶାସନିକ ଜିଲ୍ଲା ।[୨] ସମ୍ବଲପୁର ସହର ଏହି ଜିଲ୍ଲାର ଶାସନ ମୁଖ୍ୟାଳୟ ।
ଭୂଗୋଳ
[ସମ୍ପାଦନା]ଅବସ୍ଥାନ
[ସମ୍ପାଦନା]ଏହାର ଭୌଗଳିକ ଦିଗବାରେଣି: 21°28′27.31″N 83°58′27.43″E / 21.4742528°N 83.9742861°E
ଏହି ଜିଲାଟି ମହାନଦୀ କୁଳରେ ଅବସ୍ଥିତ । ସମୁଦାୟ ଆୟତନ ୬,୭୦୨ ବର୍ଗ କି.ମି. । ଏହାର ୬୦% ଅଞ୍ଚଳ ଜଙ୍ଗଲଦ୍ୱାରା ଘେରା ।
ସମ୍ବଲପୁର ଜିଲ୍ଲାର
- ପୂର୍ବରେ ଦେବଗଡ଼ ଜିଲ୍ଲା
- ପଶ୍ଚିମରେ ଝାରସୁଗୁଡ଼ା ଜିଲ୍ଲା ଓ ବରଗଡ଼ ଜିଲ୍ଲା
- ଉତ୍ତରରେ ସୁନ୍ଦରଗଡ଼ ଜିଲ୍ଲା
- ଦକ୍ଷିଣରେ ସୁବର୍ଣ୍ଣପୁର ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ଅବସ୍ଥିତ ।
ଇତିହାସ
[ସମ୍ପାଦନା]ସମ୍ବଲପୁର ଜିଲ୍ଲାର ଇତିହାସ ବହୁତ ଚଳଚଞ୍ଚଳ ରହିଆସିଛି ବିଗତ ଷୋହଳ ଶତାବ୍ଦୀରୁ ଉର୍ଦ୍ଧ କାଳ ପାଇଁ । ଇତିହାସ କହେ, ୪ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ ଉତ୍କଳର ରାଜାଙ୍କୁ ପରାଜିତ କରି ଯେଉଁ ଅଞ୍ଚଳ ସବୁ ଅଧିକାର କରିଥିଲେ, ସମ୍ବଲପୁର ତାହାର ଅଂଶ ଥିଲା । ତତ୍ ପରାନ୍ତ ଏହି ଅଞ୍ଚଳ ଅନେକ ରାଜାଙ୍କ ସମ୍ଭ୍ରାଜ୍ୟରେ ମିଶି ଭିନ୍ନ ଭିନ୍ନ ଶାସନ ଅଧୀନରେ ରହିଲା । ଶେଷକୁ ୧୮୦୪ ମସିହାରେ ବ୍ରିଟିଶ ଶାସନାଧୀନ ହେଲା । ସେତେବେଳେ ସମ୍ବଲପୁରର ବିଭିନ୍ନ ଅଞ୍ଚଳ କେତେକ ବିଂଝାଲ ରାଜା ଓ ଜମିଦାରଙ୍କ ଅଧୀନରେ କରଦ ରାଜ୍ୟ ଭାବରେ ଶାସିତ ହୋଇ ଆସୁଥିଲା । ପରିଶେଷରେ ୧୮୧୭ ମସିହାରେ ପୂର୍ଣ ରୂପରେ ଜମିଦାରୀ ଉଚ୍ଛେଦ ହେଇ ବ୍ରିଟିଶ ଶାସନାଧୀନ ହେଲା । ଭରତ ସ୍ୱାଧୀନ ହେଲା ପରେ ଏହା ଓଡ଼ିଶାର ଏକ ବୃହତ (ଆକାର ଦ୍ରୁଷ୍ଟିରୁ) ଜିଲ୍ଲା ହିସାବରେ ରହିଥିଲା । ପରେ ଶାସନ ସୁବିଧା ପାଇଁ ୩୧ ମାର୍ଚ ୧୯୯୩ରେ ଏହାକୁ ବରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏହିପରି ୪ଟି ଜିଲ୍ଲାରେ ବିଭକ୍ତ କରାଗଲା ।
ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର
[ସମ୍ପାଦନା]ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ବରମାନ ସାରା ପୃଥିବୀରେ ବିଖ୍ୟାତ । ଏହାର ଗୁଣାତ୍ମକ ମାନ, ଏହାର ରଙ୍ଗ କରିବା ଶୈଳୀ, ବୟନ ଶୈଳୀ ପାଇଁ ଏହା ବହୁଳ ଭାବରେ ଆଦୃତ ହୁଏ । ଏହି ବସ୍ତ୍ରର ବିଶେଷତ୍ତ୍ୱ ଏହା ଯେ ଏହାର ରଙ୍ଗ ବହୁଦିନ ପରେ ମଧ୍ୟ ସତେଜ ଥାଏ । ସମ୍ବଲପୁର ଶାଢ଼ୀ , ଚାଦର ଓ ଅନ୍ୟ ବ୍ୟବହାରୀ ବସ୍ତ୍ରର ଚାହିଦା ବହୁଳ ଭାବରେ ଥାଏ ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା[୩] ଅନୁସାରେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୦,୪୪,୪୧୦| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୭,୩୩,୦୨୧ ଓ ସହରାଞ୍ଚଳରେ ୩,୧୧,୩୮୯ ଲୋକ ବାସ କରନ୍ତି [୪] |
- ପୁରୁଷ: ୫,୨୯,୪୨୪
- ଗ୍ରାମାଞ୍ଚଳ: ୩,୬୯,୨୩୮
- ସହରାଞ୍ଚଳ: ୧,୬୦,୧୮୬
- ମହିଳା: ୫,୧୪,୯୮୬
- ଗ୍ରାମାଞ୍ଚଳ: ୩,୬୩,୭୮୩
- ସହରାଞ୍ଚଳ: ୧,୫୧,୨୦୩
- ଛ ବର୍ଷରୁ କମ: ୧,୧୨,୯୪୬
- ପଢୁଆ ହାର ୭୬.୯୧%
- ପୁରୁଷ: ୮୫.୧୭%
- ମହିଳା: ୬୮.୪୭%
ସମ୍ବଲପୁରୀ ନୃତ୍ୟ
[ସମ୍ପାଦନା]ସମ୍ବଲପୁରୀ ଲୋକ ନୃତ୍ୟ ତାର ସ୍ୱର , ବାଦ୍ୟ ଓ ଅଭିନବ ଢଙ ଯୋଗୁ ସାରା ଭରତରେ ଜନପ୍ରିୟ ହୋଇଛି । 'ରଙ୍ଗବତୀ ' ଗୀତ ଦୀର୍ଘ 50 ବର୍ଷ ଧରି ଏକ ବହୁଳ ପ୍ରଚାରିତ ଜନପ୍ରିୟ ଗୀତ ହିସାବରେ ଆଜି ଯାଏ ପ୍ରଚଳିତ । ଏହି ଗୀତକୁ ନେଇ ଅନେକ ଭିନ୍ନ ଭାଷାରେ ମଧ୍ୟ ଅନୁବାଦ ହେଇଛି ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ସମଲେଶ୍ୱରୀ ମନ୍ଦିର ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଏକ ପୁରାତନ ମନ୍ଦିର । ମାଁ ସମଲାଇଙ୍କୁ ସମ୍ବଲପୁର ଅଞ୍ଚଳର ଲୋକ ନିଜର ଇଷ୍ଟ ଦେବତା ହିସାବରେ ମନି ଆସୁଛନ୍ତି କାଳ କାଳରୁ । ଏହି ମନ୍ଦିରର ସ୍ଥାପତ୍ୟ ମଧ୍ୟ ଆକର୍ଷଣୀୟ । ମନ୍ଦିରରେ ବିଭିନ୍ନ ପୂଜା ପାର୍ବଣ ଖୁବ ଜକ୍ ଯମକ୍ ସହିତ ହୁଏ । କୁହା ଯାଏ , ମା ସମଳୟଙ୍କ ଧବଳାମୁଖୀ ବେଶ ଦିନ ଦର୍ଶନ କାଲେ ସମସ୍ତ ପାପ ଧୌତ ହେଇ ଯାଏ ।
- ହୀରାକୁଦ ବନ୍ଧ
- ହୁମାର ବକ୍ର ମନ୍ଦିର ( ପୃଥିବୀର ଏକମାତ୍ର ବକ୍ର ମନ୍ଦିର )
- ଚିପିଳିମା
ରାଜନୀତି
[ସମ୍ପାଦନା]# | ନିର୍ବାଚନ ମଣ୍ଡଳୀ | ଆରକ୍ଷଣ | ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) | ୧୪ଶ ବିଧାନ ସଭା ସଦସ୍ୟ | ରାଜନୈତିକ ଦଳ |
---|---|---|---|---|---|
୧୫ | କୁଚିଣ୍ଡା | ଅନୁସୂଚିତ ଜନଜାତି | କୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା | ରାଜେନ୍ଦ୍ର କୁମାର ଛତ୍ରିଆ | କଂଗ୍ରେସ |
୧୬ | ରେଙ୍ଗାଲି | ଅନୁସୂଚିତ ଜାତି | ରେଙ୍ଗାଲି, ଧାନକୁଡ଼ା, ମାନେଶ୍ୱର (ଆଂଶିକ) | ଦୁର୍ଯ୍ୟୋଧନ ଗଡ଼ିଆ | କଂଗ୍ରେସ |
୧୭ | ସମ୍ବଲପୁର | ଅଣ ସଂରକ୍ଷିତ | ସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି) | ଜୟନାରାୟଣ ମିଶ୍ର | ଭାଜପା |
୧୮ | ରେଢ଼ାଖୋଲ | ଅଣ ସଂରକ୍ଷିତ | ରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ୱର (ଆଂଶିକ) | ପ୍ରସନ୍ନ ଆଚାର୍ଯ୍ୟ | ବି. ଜ. ଦ. |
ଅଧିକ ତଥ୍ୟ
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ http://www.sambalpur.nic.in/
- ↑ "ଆର୍କାଇଭ୍ କପି". Archived from the original on 2016-09-16. Retrieved 2016-09-20.
{{cite web}}
: Cite has empty unknown parameter:|1=
(help) - ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution